ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ଶୃଙ୍ଖଳା ବିରାଟ କରିବେ ରେକର୍ଡ!
ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଆଜିଠୁ ଆରମ୍ଭ ହେବ। ଭାରତ ଏହି ଶୃଙ୍ଖଳାକୁ ଜିତିଲେ ବିଶ୍ବ ଟେଷ୍ଟ ଚାମ୍ପିଆନସିପ୍ ଫାଇନାଲ୍ରେ ପ୍ରବେଶ ପ୍ରାୟତଃ ନିଶ୍ଚିତ ହୋଇଯିବ। କିନ୍ତୁ ଭାରତର ଏହି ଅଭିଯାନରେ ବେଙ୍ଗାଲୁରୁର ପାଣିପାଗ ପ୍ରତିବନ୍ଧକ ସାଜିଛି। ପ୍ରଥମ ଟେଷ୍ଟ୍ ପୂର୍ବରୁ ଏଠାରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ମ୍ୟାଚ୍ ପୂର୍ବ ଦିନର ଅଭ୍ୟାସ ହୋଇପାରିନି।
ନ୍ୟୁଜିଲାଣ୍ଡ ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ଶ୍ରୀଲଙ୍କାଠୁ ୦-୨ରେ ପରାସ୍ତ ହୋଇଥିଲା ବେଳେ ଭାରତ ଲଗାତାର ୬ ଘରୋଇ ମ୍ୟାଚ୍ରେ ଅପରାଜେୟ ରହିଛି। ଅନ୍ୟପକ୍ଷରେ କେନ୍ ୱିଲିୟମ୍ସନ୍ଙ୍କ ଭଳି ଦକ୍ଷ ଖେଳାଳି ନଥିବାରୁ ନ୍ୟୁଜିଲାଣ୍ଡ ଉପରେ ଏହା ଅତିରିକ୍ତ ଚାପ ପକାଇପାରେ।
ତେବେ ନ୍ୟୁଜିଲାଣ୍ଡ ୧୯୮୮ ମସିହା ପରେ ଭାରତରେ ଟେଷ୍ଟ୍ ଶୃଙ୍ଖଳା ଜିତିପାରିନାହିଁ ।