ଭାରତୀୟ ପୁରୁଷ ଜୁନିୟର ହକି ଟିମ୍ ଇତିହାସ ରଚିଛି

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଜୁନିୟର ହକି ଟିମ୍ ଇତିହାସ ରଚିଛି । ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରି ଭାରତ ଜୁନିୟର ଏସିଆ କମ୍ ଚାମ୍ପିୟନ ହୋଇଛି । ଓମାନଠାରେ ଅନୁଷ୍ଠିତ ଏହି ହାଇ ଭୋଲଟେଜ୍ ମ୍ୟାଚରେ ଭାରତ ପକ୍ଷରୁ ଅଙ୍ଗଦ ସିଂହ ୧୩ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ୨୦ତମ ମିନିଟରେ ଅରାଇଜିତ ସିଂହ ହୁଣ୍ଡାଲ ଦ୍ୱିତୀୟ ଗୋଲ ଦେଇଥିଲେ । ତେବେ ପାକିସ୍ତାନ ମ୍ୟାଚର ଦ୍ୱିତୀୟାର୍ଦ୍ଧାରେ ଗୋଟିଏ ଗୋଲ ଦେଇଥିଲା ।ତେବେ ଏହି ବିଜୟ ପରେ ହକି ଇଣ୍ଡିଆ ପକ୍ଷରୁ ସମସ୍ତ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ପ୍ରତି ଖେଳାଳିଙ୍କୁ ୨ ଲକ୍ଷ ଓ ପ୍ରତି ସହଯୋଗୀ କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ମିଳିବ । ଏହା ପୂର୍ବରୁ ଭାରତ ୨୦୦୪, ୨୦୦୮ ଓ ୨୦୧୫ରେ ଟାଇଟଲ ହାସଲ କରିଥିଲା । ସେହିପରି ୧୯୮୭, ୧୯୯୨ ଓ ୧୯୯୬ରେ ଟିମ୍ ଇଣ୍ଡିଆ ରନର୍ସ ଅପ୍ ହୋଇଥିଲା ।