ସାଫ୍ ଚାମ୍ପିଅନ୍ସିପ୍: ଭାରତ କୁଏତକୁ ହରାଇଲା
ବେଙ୍ଗାଲୁରୁ: ଭାରତ ସାଫ୍ ଚାମ୍ପିଅନ୍ସିପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ବିଜେତା ହୋଇଛି। ଏନେଇ ଚାରିଆଡ଼ୁ ପ୍ରଶଂସାର ଶୁଅ ଛୁଟିଛି । କାନ୍ତୀରବା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ରେ ଆୟୋଜକ ଭାରତ ୫-୪ (୧-୧) ପେନାଲଟି ସୁଟଆଉଟରେ କୁଏତକୁ ପରାସ୍ତ କରିଛି। ଏଥିସହ ଭାରତ ଲଗାତାର ଦ୍ବିତୀୟ ଥର ଲାଗି ଏହି ଟ୍ରଫି ଜିତିଛି। ଏହି ପ୍ରତିଯୋଗିତାରେ ୬ ଗୋଲ୍ ଦେଇଥିବା ଅଧିନାୟକ ସୁନିଲ ଛେତ୍ରୀଙ୍କୁ ଗୋଲ୍ଡେନ୍ ବୁଟ୍ ଏବଂ ମୋଷ୍ଟ ଭାଲ୍ୟୁବଲ ଖେଳାଳି ପୁରସ୍କାର ମିଳିଥିଲା।
🇮🇳 मां, तुझे सलाम 🫡#KUWIND ⚔️ #SAFFChampionship2023 🏆 #IndianFootball ⚽️ pic.twitter.com/r2W46hI6qi
— Indian Football Team (@IndianFootball) July 4, 2023
🇮🇳 INDIA are SAFF 𝐂𝐇𝐀𝐌𝐏𝐈𝐎𝐍𝐒 for the 9️⃣th time! 💙
🏆 1993
🏆 1997
🏆 1999
🏆 2005
🏆 2009
🏆 2011
🏆 2015
🏆 2021
🏆 𝟮𝟬𝟮𝟯#SAFFChampionship2023 #BlueTigers 🐯 #IndianFootball ⚽ pic.twitter.com/3iLJQSeyWG— Indian Football Team (@IndianFootball) July 4, 2023
India beats Kuwait to lift the #SAFFChampionship2023🏆⚽
Congratulations to the Indian Football Team for the incredible win & making every Indian proud. 🇮🇳 pic.twitter.com/PliYi0ZTEL
— Piyush Goyal (@PiyushGoyal) July 4, 2023
ମ୍ୟାଚ୍ର ୧୫ତମ ମିନିଟ୍ରେ ଅଲ୍ ବ୍ଲୌସିଙ୍କ ପାସ୍କୁ ସାବିବ ଅଲ୍ ଖାଲ୍ଦି ଗୋଲ୍ରେ ପରିଣତ କରି କୁଏତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ୩୮ତମ ମିନିଟ୍ରେ ଭାରତର ଲାଲିଆଞ୍ଜୁଆଲା ଚାଙ୍ଗଟେ ଗୋଲ୍ ଶୁଝି ସ୍ଥିତି ବରାବର କରିଥିଲେ। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବା ପରେ ଦ୍ବିତୀୟାର୍ଦ୍ଧ ଗୋଲ୍ ଶୂନ୍ୟରେ ସରିଥିଲା। ତେଣୁ ଫଳାଫଳ ଲାଗି ମ୍ୟାଚ୍ ଅତିରିକ୍ତ ସମୟକୁ ଯାଇଥିଲା। ଏଥିରେ ମଧ୍ୟ ଫଳାଫଳ ନବାହାରିବାରୁ ପେନାଲ୍ଟି ସୁଟ୍ଆଉଟ୍ ହୋଇଥିଲା। ଏଥିରେ ଉଭୟ ଦଳ ୪-୪ ସ୍କୋର୍ କରିପାରିଥିଲେ। ଭାରତର ଛେତ୍ରୀ, ସନ୍ଦେଶ ଝିଙ୍ଗାନ, ଚାଙ୍ଗଟେ ଓ ସୁଭାଶିଷ ବୋଷ ସଫଳ ହୋଇଥିଲା ବେଳେ ଉଦାନ୍ତ ସିଂହ ବିଫଳ ହୋଇଥିଲେ। ଶେଷରେ ସଡନଡେଥ୍ ଫଳାଫଳ ବାହାରିଥିଲା। ସଡନ୍ଡେଥ୍ରେ ମହେଶ ସିଂହ ଗୋଲ୍ ଦେଇ ଭାରତକୁ ଅଗ୍ରଣୀ ଦେଇଥିଲେ। ଏହାପରେ କୁଏତର ହାଜିଆଙ୍କ ସଟ୍କୁ ଗୁରୁପ୍ରୀତ ସିଂହ ଅଟକାଇ ଭାରତକୁ ବିଜୟ ଭେଟି ଦେଇଥିଲେ।