ମହିଳା ହକି ଜୁନିୟର ଏସିଆ କପ୍ ଜିତିଲା ଭାରତ

ଟୋକିଓ: ଭାରତୀୟ ହକି ଦଳ ଜୁନିୟର ଏସିଆ କପ୍ ଫାଇନାଲରେ ଦକ୍ଷିଣ କୋରିଆକୁ ପରାଜିତ କରି ଇତିହାସ ରଚିଛି । ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ପରାସ୍ତ କରି ପ୍ରଥମଥର ପାଇଁ ଏସିଆ କପ୍ ଜିତିଛି । ସେହିପରି ଏହା ପୂର୍ବରୁ ସେମିଫାଇନାଲରେ ବିଜୟ ସହ ଭାରତୀୟ ଦଳ ଜୁନିୟର ବିଶ୍ୱକପ ପାଇଁ ମଧ୍ୟ କ୍ୱାଲିଫାଏ କରିଥିଲା । ଜାପାନର କାକାମିଗହାରା ସହରରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ଭାରତ ଏବଂ ଦକ୍ଷିଣ କୋରିଆ ପ୍ରଥମ ହାଫରେ ବରାବର ସ୍ଥିତିରେ ଥିଲେ । ଉଭୟ ଟିମ୍ ପ୍ରଥମ ହାଫରେ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ଭାରତ ପାଇଁ ପ୍ରଥମ ଗୋଲ୍ ଅନ୍ନୁ (୨୨ ମିନିଟ) ଏବଂ ଦ୍ୱିତୀୟ ଗୋଲ (୪୧ମିନିଟ) କରିଥିଲେ ।