ମା‌ଲେସିଆକୁ ୪-୩ରେ ହରାଇଲା

ଚେନ୍ନାଇ:  ଭାରତ ଚତୁର୍ଥ ଥର ଲାଗି ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ବିଜେତା ହୋଇଛି। ଭାରତୀୟ ଦଳର ଏହି ଐତିହାସିକ ବିଜୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନେକ ବିଶିଷ୍ଠ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଦଳର ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ଏବଂ ସର୍ପୋର୍ଟ ଷ୍ଟାଫ୍‌ଙ୍କୁ ୧.୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବାକୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଘୋଷଣା କରିଛନ୍ତି।  ମୋଟ ୯ ଗୋଲ୍‌ ସ୍କୋର କରିଥିବା ଭାରତୀୟ ଅଧିନାୟକ ହର୍ମନପ୍ରୀତ୍‌ ସିଂହଙ୍କୁ ସର୍ବାଧିକ ସ୍କୋରର, ହାର୍ଦ୍ଦିକ ସିଂହ ହିରୋ ଅଫ୍‌ ଦ ମ୍ୟାଚ୍‌ ଓ ସେଲଭମ୍‌ କର୍ତି ଫାଇନାଲ୍‌ରେ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ପାଇଥିଲେ। ଶନିବାର ସ୍ଥାନୀୟ ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ଭାରତ  ୪-୩ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରିଛି। ମ୍ୟାଚ୍‌ର ନବମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଯୁଗରାଜ ସିଂହ ଗୋଲ୍‌ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲା। ହେଲେ ୧୪ତମ ମିନିଟ୍‌ରେ ମାଲେସିଆର ଅଜରାଇ ଆବୁ କମଲ ଫିଲ୍ଡ ଗୋଲ୍‌ ଜରିଆରେ ଏହାକୁ ଶୁଝି ସ୍ଥିତି ସାମନ କରିଦେଇଥିଲେ।  ଚତୁର୍ଥ କ୍ବାର୍ଟରରେ ଆକାଶଦୀପ ସିଂହ (୫୬ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇ ଦଳକୁ ବିଜୟ ଭେଟି ଦେଇଥିଲେ। ଚମତ୍କାର ପ୍ରଦର୍ଶନ ପାଇଁ ହାର୍ଦିକ ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।