ଭାରତ-ପାକିସ୍ତାନ ସିରିଜ୍ ସରକାର ଚାହିଁଲେ ହେବ
ଏସିଆ କ୍ରିକେଟ ଚାଲିଥିବା ବେଳେ ବିସିସିଆଇ ସଭାପତି ରୋଜର ବିନ୍ନି ଓ ଉପସଭାପତି ରାଜୀବ ଶୁକ୍ଲା ପାକିସ୍ତାନ ଗସ୍ତରେ ଯାଇଥିଲେ। ପାକିସ୍ତାନରୁ ଫେରିବା ବେଳେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ ପଚାରିଥିଲେ । ଏହି ସମୟରେ ସେମାନଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଭବ୍ୟ ସ୍ବାଗତ କରାଯିବା ସହ ସେମାନେ ଲାହୋରରେ ମ୍ୟାଚ୍ ଦେଖିଥିଲେ ବୋଲି କହିଥିଲେ । ବିସିସିଆଇ ଶୀର୍ଷ ଅଧିକାରୀଙ୍କ ଏହି ପାକିସ୍ତାନ ଗସ୍ତ ପରେ ପୁଣି ଥରେ ଭାରତ-ପାକ୍ କ୍ରିକେଟ ସିରିଜ ନେଇ ଆଶା ସୃଷ୍ଟି ହୋଇଥିଲା । ତେବେ ଏବେ ଏହା ସମ୍ଭବ ନୁହେଁ ବୋଲି ବିନ୍ନି ସ୍ପଷ୍ଟ କରିଦେଇଛନ୍ତି । ଏହା ସହ ରାଜୀବ ଶୁକ୍ଲା କହିଥିଲେ ଭାରତ ସରକାର ଯେବେ ଚାହିଁବେ ତେବେ ଖେଳ ହେବ । ଆମେ ସେ ବିଷୟରେ ମତାମତ ଦେଇପାରିବୁ ନାହିଁ । ଏବେ ଆମକୁ ଯେଉଁ ଦାୟିତ୍ବ ଦିଆଯାଇଥିଲା ତାହା ଆମେ ସାରି ଫେରିଛୁ । ପାକିସ୍ତାନରେ ଖେଳ ମାହୋଲ ବହୁତ ଭଲ ।