ପୁଣେରେ ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ

ପୁଣେ: ପ୍ରଥମ ମ୍ୟାଚରେ ଜିତିବା ପରେ  ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବ ଦ୍ୱିତୀୟ ଟି-୨୦ ମୁକାବିଲା । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତିଥିବାରୁ ଖେଳାଳିମାନେ ବେଶ ଉତ୍ସାହିତ ଅଛନ୍ତି । ସିନିୟର ଖେଳାଳିଙ୍କ ଅନୁପସ୍ତିତିରେ ଯୁବ ଖେଳାଳିମାନେ ପ୍ରଥମ ମ୍ୟାଚରେ ହାରୁ ହାରୁ ଜିତିଥିଲେ । ତେଣୁ ଏହି ମ୍ୟାଚ ଜିତି ସିରିଜ କବଜା କରିବା ଲକ୍ଷରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସେପଟେ ପ୍ରଥମ ମ୍ୟାଚ ହାରିଥିବା ଶ୍ରୀଲଙ୍କା ଏହି ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ । ପୁଣେରେ ଏମସିଏ ପିଚ ବ୍ୟାଟରଙ୍କୁ ସୁହାଇବ ବୋଲି କୁହାଯାଉଛି ।
ପ୍ରଥମ ମ୍ୟାଚରେ ଶୁଭମ ମାଭି 4 ଉଇକେଟ ନେଇଛନ୍ତି । ଏହି ମ୍ୟାଚରେ ମଧ୍ୟ ସେ ଖେଳିବେ । ସେହିପରି ରାହୁଲ ତ୍ରିପାଠୀ ମଧ୍ୟ ଆଜି ଖେଳିପାରନ୍ତି ।