ଭାରତ ଆଗରେ ପାକିସ୍ତାନ ରଖିଲା ୧୯୨ ରନର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ: ପ୍ରଥମରୁ ଭଲ ଖେଳିଥିବା ପାକିସ୍ତାନ ଶେଷରେ ବଡ଼ ସ୍କୋର କରିପାରିନାହିଁ ।  ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହେଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ । ୧୯୧ ରନରେ ଅଲଆଉଟ ହେଲା ପାକିସ୍ତାନ ଟିମ୍ । ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜମ ଏବଂ ମହମ୍ମଦ ରିଜଓ୍ବାନ ଦମଦାର ବ୍ୟାଟିଂ କରି ଦଳ ପାଇଁ ଏକ ସମ୍ମାନ ଜନକ ସ୍କୋର କରୁଥିବାବେଳେ ଝଟକା ଦେଇଥିଲେ ଭାରତୀୟ ବୋଲର । ପ୍ରଥମ ବାବର ଆଉଟ ହେବା ପରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇଥିଲେ । ବୁମରା, ସିରାଜ, କୁଲଦୀପ ଯାଦବ, ଜାଡେଜା ଏବଂ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜମ ଏବଂ ମହମ୍ମଦ ରିଜଓ୍ବାନ ଦମଦାର ବ୍ୟାଟିଂ କରି ଦଳ ପାଇଁ ଏକ ସମ୍ମାନ ଜନକ ସ୍କୋର କରୁଥିବାବେଳେ ଝଟକା ଦେଇଥିଲେ ଭାରତୀୟ ବୋଲର । ପ୍ରଥମ ବାବର ଆଉଟ ହେବା ପରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇଥିଲେ । କୁଲଦୀପ ଯାଦବ ଗୋଟିଏ ଓଭରରେ ଦୁଇଟି ଓ୍ବିକେଟ ନେଇଥିବାବେଳେ ବୁମରାଙ୍କ ବୋଲକୁ ବୁଝିବା ପୂର୍ବରୁ ଆଉଟ ହୋଇଥିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ । ବୁମରା, ସିରାଜ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବାବେଳେ ପାଣ୍ଡ୍ୟା ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି । ଶେଷ ଖବର ସୁଦ୍ଧା ପାକିସ୍ତାନର ୭ ଓ୍ବିକେଟର ପତନ ଘଟିଥିଲା ।