ଆଇସିସି ବିଶ୍ବକପ ପାଇଁ ଭାରତୀୟ ଦଳ
ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ୨୦୨୩ର ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୫ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଭାରତୀୟ ଦଳକୁ ବିଶ୍ୱକପ ପୂର୍ବରୁ ୨ଟି ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପଡିବ। ସେପ୍ଟେମ୍ବର ୩୦ରେ ଦଳକୁ ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ। ଏଥିପାଇଁ ଅଶ୍ୱିନଙ୍କ ସମେତ ପୂରା ଦଳ ଗୌହାଟୀରେ ପହଞ୍ଚିସାରିଛନ୍ତି। ବିଶ୍ବକପ ପାଇଁ ଭାରତୀୟ ସ୍କ୍ବାଡରେ ସାମିଲ ହୋଇଥିବା କ୍ରିକେଟରମାନେ ହେଲେ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଜସପ୍ରୀତ ବୁମରା, ଶୁଭମନ ଗିଲ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶ୍ରେୟସ୍ ଅୟର, ରବିନ୍ଦ୍ର ଜାଦେଜା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ୍ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର।