ଭାରତ ଓ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ସେମିଫାଇନାଲକୁ ଉନ୍ନୀତ
ଭାରତ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଟିମ ଇଣ୍ଡିଆ ୮ଟି ମ୍ୟାଚ ଖେଳି ୧୬ ପଏଣ୍ଟ ହାସଲ କରିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୮ଟି ମ୍ୟାଚ ଖେଳି ୧୨ ପଏଣ୍ଟ ହାସଲ କରିଛି । ସେହିପରି ଅଷ୍ଟ୍ରେଲିଆ 8ଟି ମ୍ୟାଚରୁ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଶେଷ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ ଖେଳିବ କଙ୍ଗାରୁ ଟିମ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ତାର ଶେଷ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ।
ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ସମାନ ସଂଖ୍ୟକ ୮ଟି ଲେଖାଏଁ ମ୍ୟାଚ୍ ଖେଳି ୮-୮ ପଏଣ୍ଟ ହାସଲ କରି ବରାବର ସ୍ଥିତିରେ ରହିଛନ୍ତି । ନେଟ୍ ରନ ରେଟ୍ କାରଣରୁ କିୱି ଟିମ ଚତୁର୍ଥ ଓ ପାକିସ୍ତାନ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ତାର ଶେଷ ମ୍ୟାଚ ଶ୍ରୀଲଙ୍କା ସହ ଖେଳିବାକୁ ଥିବାବେଳେ ଇଂଲଣ୍ଡକୁ ଭେଟିବ ପାକିସ୍ତାନ । ଆଫଗାନିସ୍ତାନ ମଧ୍ୟ ୮ ଟି ମ୍ୟାଚ୍ ଖେଳି ୮ ପଏଣ୍ଟ ହାସଲ କରିଛି । ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡର ପ୍ରଦର୍ଶନ ଏହି ବିଶ୍ୱକପରେ ଅତ୍ୟନ୍ତ ନୈରାଶାଜନକ ରହିଛି । ୭ଟି ମ୍ୟାଚ ଖେଳିସାରିଥିବାବେଳେ ଜସ ବଲଟରଙ୍କ ନେତୃତାଧୀନ ଟିମ ୬ଟି ପରାଜୟର ସାମ୍ନା କରିଛି । ମାତ୍ର ୨ ପଏଣ୍ଟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲର ଦଶମ ସ୍ଥାନରେ ରହିଛି ।