ବେଙ୍ଗାଲୁରୁକୁ ୪୨ରନରେ ହରାଇଛି ହାଇଦ୍ରାବାଦ

ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଅଧିନାୟକ ପାଟ୍ କମିନ୍ସଙ୍କ ଶାଣିତ ବୋଲିଂ ବଳରେ ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଛି । ଏକଦା ୧୭୩ ରନରେ ୩ ୱିକେଟ୍ ହରାଇଥିବା ବେଙ୍ଗାଲୁରୁ ନିମ୍ନ କ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୮୯ ରନରେ ଅଲଆଉଟ୍ ହୋଇଛି । ଫିଲିପ ସଲ୍ଟ ୬୨ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ୪୩ ରନ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୨୩୧ ରନର ବିଶାଳ ସ୍କୋର କରିଥିଲା । ଇଶାନ କିଶନ ୯୪ ରନର ଅପରାଜିତ ଇନିଂସ ଖେଳିଥିଲେ । ପରାଜୟ ସହ ବେଙ୍ଗାଲୁରୁ ପଏଣ୍ଟ ଟେବୁଲର ତୃତୀୟକୁ ଖସି ଆସିଛି । ହାଇଦ୍ରାବାଦ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି । ୨୩୨ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଆରସିବିକୁ ଦୁଇ ଓପନର ଫିଲିପ ସଲ୍ଟ ଓ ବିରାଟ କୋହଲି ଦମଦାର ଆରମ୍ଭ ଦେଇଥିଲେ ।

ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ଓପନିଂରେ ୭ ଓଭରରେ ୮୦ ରନ ଯୋଡିଥିଲେ । ବିରାଟ କୋହଲି ୨୫ ବଲରୁ ୪୩ ରନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ସଲ୍ଟ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମୟଙ୍କ ଅଗ୍ରୱାଲଙ୍କ ଦ୍ୱିତୀୟ ଭାଗିଦାରୀରେ ୪୦ ରନ ଯୋଡି ଦଳର ସ୍କୋରକୁ ୧୨୦ ରନରେ ପହଞ୍ଚାଇଥିଲେ । ମୟଙ୍କ ୧୧ ରନ କରି ନିରାଶ କରିଥିଲେ । ସଲ୍ଟଙ୍କୁ ଆଉଟ୍ କରି ପାଟ୍ କମିନ୍ସ ଦଳକୁ ବଡ ସଫଳତା ଦେଇଥିଲେ । ସଲ୍ଟ ୩୨ ବଲରୁ ୪ ଚୌକା ଓ ୫ ଛକା ସହ ୬୨ ରନ କରିଥିଲେ ।

Leave a comment