ଜିତୁ ଜିତୁ ହାରିଲା ଭାରତ

ଭାରତୀୟ ଦଳର ବିଶ୍ବକପ୍‌ ଅଭିଯାନ ଶେଷ ହୋଇଛି । ସବୁ ଆଶା ଆଶା ର ରହିଯାଇଛି । ମ୍ୟାଚ୍ ବହୁ ରୋମାଞ୍ଚ ହେବା ସହ ଦୁଃଖ ର ସହ  ଶେଷ ହୋଇଗଲା। ବିଶ୍ବକପ୍ ପଦକଟିଏ ପାଇଁ ଥିବା ୪୮ ବର୍ଷର ସ୍ବପ୍ନ ପୁଣି ଥରେ ଚୂରମାର ହେବାରୁ ପ୍ରଶଂସକମାନେ ଦୁଃଖରେ ଭାଙ୍ଗିପଡିଥିଲା ଦେଖିବାକୁ ମିଳିଥିଲା ।  ନ୍ୟୁଜିଲାଣ୍ଡ୍‌ ୫-୪ (୩-୩)ରେ ଜିତି କ୍ବାର୍ଟରଫାଇନାଲ୍ ସ୍ଥାନ ପକ୍କା କରିନେଥିବା ବେଳେ  ଭାରତ କ୍ବାଟର ଫାଇନାଲରୁ ବଂଚିତ ହୋଇଛି।

 ଭାରତ-ନ୍ୟୁଜିଲାଣ୍ଡ କ୍ରସ୍ ଓଭର ମୁକାବିଲା ନିୟମିତ ସମୟରେ ୩-୩, ସୁଟ୍‌ ଆଉଟ୍ ବେଳେ ୨-୨ରେ ଏହି ସମ୍ମାନଜନକ ମୁକାବିଲା ଶେଷ ହୋଇଥିଲା। ସଡନ୍‌ ଡେଥ୍ ବେଳେ ୩ ସିଂହ ଅଧିନାୟକ ହର୍ମନପ୍ରୀତ୍‌,‌ ସୁଖଜିତ, ସାମସେର୍ ବିଫଳ ହୋଇଥିଲେ। ଶେଷ ୩ଟି ସଡନ୍‌ ଡେଥ୍ ସଟରୁ ବଦଳ ଗୋଲ୍‌ରକ୍ଷକ କ୍ରିଷ୍ଣନ୍ ବାହାଦୂର ପାଠକ ମାତ୍ର ଗୋଟିଏ ନିଷ୍ଫଳ କରିଥିଲେ। ଶ୍ରୀଜେଶ ପୂର୍ବ ୬ଟିରୁ ମାତ୍ର ୩ଟି ରୋକିବାରୁ ଭାରତ ଆଗକୁ ବଢ଼ିପାରିନଥିଲା।  ସୁଟ ଆଉଟ୍ ବେଳେ ଭାରତ ପାଇଁ କେବଳ ହର୍ମନପ୍ରୀତ୍ ସିଂହ, ରାଜକୁମାର ପାଲ୍, ସୁଖଜିତ ସିଂହ ଗୋଲ୍ ଦେଇଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। କଳିଙ୍ଗ ଷ୍ଟାଡିୟମର ୧୫ ହଜ‌ାର ଦର୍ଶକ ଦୁଇଟି ସଡନ୍ ଡେଥ୍ ମୁକାବିଲାର ରୋମାଞ୍ଚ ଉଠାଇଥିଲେ ମଧ୍ୟ ଶେଷରେ ଭଙ୍ଗା ହୃଦୟ ନେଇ ଫେରିଥିଲେ।