ଇତିହାସ ରଚିଲେ ରାଚିନ ରବିନ୍ଦ୍ର
ଚାମ୍ପିଅନ୍ସ ଟ୍ରଫି ୨୦୨୫ ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନ ରାଚିନ ରବିନ୍ଦ୍ର ଇତିହାସ ରଚିଛନ୍ତି। ସେ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଡେବ୍ୟୁ ମ୍ୟାଚ୍ରେ ଶତକ ମାରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ରବିନ୍ଦ୍ର ୧୧୨ ରନ କରିଥିଲେ, ଯାହା ଅନ୍ତର୍ଜାତୀୟ କ୍ରିକେଟ୍ରେ ତାଙ୍କର ଷଷ୍ଠ ଶତକ। ଏହା ପୂର୍ବରୁ, ସେ ୨୦୨୩ରେ ତାଙ୍କର ଦିନିକିଆ ବିଶ୍ୱକପ ଡେବ୍ୟୁ କରିଥିଲେ ଏବଂ ପ୍ରଥମ ମ୍ୟାଚ୍ରେ ହିଁ ଶତକ ମାରିଥିଲେ।
ଏହି ମ୍ୟାଚରେ ପ୍ରଥମେ ଖେଳି ବାଂଲାଦେଶ ନ୍ୟୁଜିଲାଣ୍ଡ ପାଇଁ ୨୩୭ ରନର ଟାର୍ଗେଟ ଦେଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୱିଲ ୟଙ୍ଗ ଏବଂ କେନ ୱିଲିୟମସନଙ୍କ ଉଇକେଟ ହରାଇଥିଲା। ଡେଭନ କନୱେ ମଧ୍ୟ ୩୦ ରନ କରି ଆଉଟ ହୋଇଥିଲେ। ରବିନ୍ଦ୍ର ୧୦୫ ବଲରେ ୧୧୨ ରନର ଇନିଂସରେ ୧୨ ଚୌକା ଏବଂ ଗୋଟିଏ ଛକା ମାରିଲେ। ରବିନ୍ଦ୍ର ଟମ ଲାଥାମଙ୍କ ସହ ୧୨୯ ରନର ପାର୍ଟନରସିପ ମଧ୍ୟ କରିଥିଲେ।
ରାଚିନ ରବିନ୍ଦ୍ର ସେ ୫ ଅକ୍ଟୋବର ୨୦୨୩ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କର ଦିନିକିଆ ବିଶ୍ୱକପ ଡେବ୍ୟୁ କରିଥିଲେ। ସେହି ମ୍ୟାଚ୍ରେ ସେ ଅପରାଜିତ ୧୨୩ ରନ କରି ନ୍ୟୁଜିଲାଣ୍ଡକୁ ୯ ଉଇକେଟ୍ରେ ବିଜୟୀ କରାଇଥିଲେ।