ଆଜି ଭାରତ-ଲେବନାନ୍ ଫାଇନାଲ

ଭୁବନେଶ୍ୱର: ଆଜି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫାଇନାଲ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ସାଢେ ୭ଟାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଫାଇନାଲରେ ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ ଲେବାନନ୍ । ଭାରତ ଫାଇନାଲ ପୂର୍ବରୁ ଜୋରଦାର ଅଭ୍ୟାସ କରିଛି । ଲେବାନନକୁ ହରାଇ ଚାମ୍ପିଅନ ହେବାକୁ କରିଛି ସ୍ବତନ୍ତ୍ର ରଣନୀତି । ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏରେ ଡ୍ର’ ରହି ଟେବୁଲରେ ଶୀର୍ଷରେ ରହିଛି । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ ପାଇଁ ଦୁଇ ଦଳ ରେଡି ଅଛନ୍ତି ।  ମୁମ୍ବାଇରେ ଆୟୋଜିତ ୨୦୧୮ ପ୍ରଥମ ସସ୍କରଣରେ ଭାରତ ୨-୦ରେ କେନିଆକୁ ହରାଇ ଟ୍ରଫି କରାୟତ୍ତ କରିଥିଲା। କିନ୍ତୁ ଅହମଦାବାଦରେ ଖେଳାଯାଇଥିବା ଗତ ସଂସ୍କରଣ (୨୦୧୯)ରେ ଭାରତ ଶେଷ ସ୍ଥାନରେ ରହିଥିଲା ବେଳେ କୋରିଆ ବିଜେତା ହୋଇଥିଲା। ୪ ବର୍ଷ ପରେ ଭୁବନେଶ୍ବରରେ ଏହି ପ୍ରତିଯୋଗିତା ଆୟୋଜନ ହେଉଥିଲା ବେଳେ ପ୍ରଥମ ଥର ଲାଗି ଭାରତ ଓଡ଼ିଶାର ରାଜଧାନୀରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଛି।