ପ୍ରଥମଥର ଅଷ୍ଟ୍ରେଲିଆ ଓପନ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରଣୟ

ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଏଚଏସ୍‌ ପ୍ରଣୟ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସେମି ଫାଇନାଲରେ ଭାରତର ପ୍ରିୟାଂଶୁ ରାଜାୱତଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଆଜିର ମ୍ୟାଚ୍‌ରେ ରାଜାୱତ ଦମଦାର ଆରମ୍ଭ କରିଥିଲେ।

ତେବେ ପ୍ରଣୟ ଲୟକୁ ଫେରିବା ମାତ୍ରେ ସେ ପୂରା ବ୍ୟାକଫୁଟକୁ ଚାଲି ଯାଇଥିଲେ। ଥୋମାସ କପରେ ଭାରତକୁ ଜିତାଇଥିବା ପ୍ରଣୟ ସିଧାସଳଖ ୨୧-୧୮ ଓ ୨୧-୧୨ରେ ରାଜାୱତଙ୍କୁ ପରାସ୍ତ କରିଛନ୍ତି। ଏବେ ସେ ଫାଇନାଲରେ ବିଶ୍ୱର ୨୪ ନମ୍ବର ଖେଳାଳି ୱେଙ୍ଗ ହୋଙ୍ଗୟାଙ୍ଗଙ୍କୁ ଭେଟିବେ।