ମୁମ୍ବାଇ-ଗୁଜରାଟ ଆଜି ଲଢ଼େଇ

ଅହମଦାବାଦ:  ଆଜି ମୁମ୍ବାଇ ଇଣ୍ଡିଆନ୍ସ  କ୍ବାଲିଫାୟର-୨ରେ  ଗୁଜରାଟ ଟାଇଟନ୍ସ ସହ ଲଢ଼େଇ କରିବ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ରାତି ସାଢେ ୭ଟାରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଯିଏ  ଜିତିବ ସେହି ଦଳ ଫାଇନାଲ ଖେଳିବ। ଏଥିପୂର୍ବରୁ ଉଭୟ ଦଳ ପରସ୍ପର ସହ ଦୁଇ ଥର ଭେଟାଭେଟି ହୋଇଥିଲା ବେଳେ ପ୍ରତ୍ୟେକ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ୫୫ ରନ୍‌ରେ ବିଜୟୀ ହୋଇଥିଲା ବେଳେ ଦ୍ବିତୀୟ ମୁହାଁମୁହିଁରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଥମ ଆଇପିଏଲ୍‌ ଶତକ ସହାୟତାରେ ମୁମ୍ବାଇ ୨୭ ରନ୍‌ରେ ବିଜୟୀ ହୋଇଥିଲା। ମୁମ୍ବାଇ ଦଳରେ ତାରକା ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ପରିସ୍ଥିତି ଅନୁସାରେ ଯୁବ ଖେଳାଳିମାନେ ବି ମ୍ୟାଚ୍‌ ବିଜେତା ସାବ୍ୟସ୍ତ ହୋଇପାରୁଛନ୍ତି।  ପ୍ରଥମ କ୍ବାଲିଫାୟରରେ ଚେନ୍ନାଇ ସୁପର କିଙ୍ଗ୍‌ସଠୁ ହାରିଯାଇଥିବା ଗୁଜରାଟ ପୁଣି ଥରେ ବିଜୟ ହାସଲ କରି ଲଗାତାର ଦ୍ବିତୀୟ ଥର ଫାଇନାଲ୍‌ରେ ପହଞ୍ଚିବାକୁ ଚେଷ୍ଟା କରିବ।  କାମେରନ୍‌ ଗ୍ରିନ୍‌, ସୂର୍ଯ୍ୟକୁମାର ଯାଦବ, ଟମ୍‌ ଡେଭିଡ୍‌ଙ୍କ ଭଳି ବ୍ୟାଟର ସବୁ ପ୍ରକାରର ଆହ୍ବାନକୁ ସାମ୍ନା କରିବାରେ ସିଦ୍ଧହସ୍ତ। ଗୁଜରାଟ ଟାଇଟନ୍ସ ର ଶୁବମନ ଗିଲ୍‌, ରିଦ୍ଧିମାନ ଶାହ, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, ଡେଭିଡ୍‌ ମିଲର ଏବେ ଭଲ ଫର୍ମରେ ଅଛନ୍ତି ।