ଓଡିଶା ଏଫସିର ପ୍ରଥମ ବିଜୟ
ଚଳିତ ଆଇଏସ୍ଏଲ୍ ଓଡ଼ିଶା ଏଫ୍ସି ଶନିବାର ପରାଜୟ ଧାରା ଭାଙ୍ଗି ଟ୍ରାକ୍କୁ ଫେରିଛି। ପ୍ରଥମ ଦୁଇ ମ୍ୟାଚ୍ରେ ପରାଜୟ ବରଣ କରିବା ପରେ ଚାପରେ ଥିବା ଏହି ଓଡିଶା ଏଫସି ଶନିବାର କଳିଙ୍ଗ ଷ୍ଟାଡିୟମ୍ରେ ଅନ୍ୟତମ ଶକ୍ତିଶାଳୀ ଜାମ୍ସେଦ୍ପୁର ଏଫ୍ସିକୁ ୨-୧ ଗୋଲ୍ରେ ପରାସ୍ତ କରି ପଏଣ୍ଟ୍ ଖାତା ଖୋଲିଛି। ଦୁଇ ତାରକା ଖେଳାଳି ଡିଏଗୋ ମୌରିସିଓ ଏବଂ ମୌର୍ତଜା ଫଲ୍, ଜଗରନଟ୍ସକୁ ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ରଖିବା ପରେ ଦଳର ଆତ୍ମବିଶ୍ବାସ ବଢ଼ିଥିଲା।ଅନ୍ୟପକ୍ଷରେ କ୍ରମାଗତ ବିଜୟ ସହ ଭୁବନେଶ୍ବର ଆସିଥିବା ଜାମ୍ସେଦ୍ପୁର ଦଳ ପ୍ରଥମ ପରାଜୟ ବରଣ କରିଛି |