ଗୁଜରାଟ ପ୍ଲେ ଅଫ୍‌ରେ : ଶୁବମନଙ୍କ ପ୍ରଥମ ଆଇପିଏଲ୍‌ ଶତକ

ଅହମଦାବାଦ: ଗୁଜରାଟ ପ୍ଲେ ଅଫ୍‌ରେ ପହଁଚିଛି । ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ  ଗିଲଙ୍କ ପ୍ରଥମ ଆଇପିଏଲ୍‌ ଶତକ ବଳରେ ଗୁଜରାଟ ୧୮୮ ରନ୍‌ କରିଥିଲା। ଶୁବମନ ଗିଲ୍‌ ଆକର୍ଷଣୀୟ ଶତକ ହାସଲ କରିଥିବାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶେଷରେ  ହାଇଦ୍ରାବାଦ ୧୫୪/୯ରେ ସୀମିତ ରହିଥିଲା।  ହାଇଦ୍ରାବାଦ ପାଇଁ ହେନରିକ୍ କ୍ଲାସେଁଙ୍କ ଅର୍ଦ୍ଧଶତକ କେବଳ ସମ୍ମାନ ରଖିଥିଲା। ଆଜିର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଭେଟିବ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ।