ବର୍ଷାରେ ଧୋଇଗଲା ଚେନ୍ନାଇ-ଗୁଜରାଟ୍ ଫାଇନାଲ୍, ଆଜି ୭:୩୦ରେ ଟାଇଟଲ୍ ପାଇଁ ହେବ ମୁକାବିଲା

ଅହମ୍ମଦାବାଦ: ବର୍ଷା ପାଇଁ ବାତିଲ ହୋଇଥିବା ଆଇପିଏଲ ଫାଇନାଲ ମ୍ୟାଚ ଆଜି ପୁଣି ଖେଳାଯିବ । ଗୁଜରାଟ ଏବଂ ଚେନ୍ନାଇ ମଧ୍ୟରେ ହେବାକୁଥିବା ଆଇପିଏଲ୍ ୧୬ତମ ସିଜିନର ଫାଇନାଲ୍ ମ୍ୟାଚ୍ ବର୍ଷା କାରଣରୁ ଗତକାଲି ହୋଇପାରି ନାହିଁ । ଫାଇନାଲ୍ ମୁକାବିଲାକୁ ବର୍ଷା ଧୋଇଦେଇଛି । ରବିବାର ଅହମ୍ମଦାବାଦରେ ସନ୍ଧ୍ୟାରୁ ବର୍ଷା ଲାଗିରହିଛି, ଏହି କାରଣରୁ ମ୍ୟାଚକୁ ଆଜି ରିଜର୍ଭ ଡେକୁ ସ୍ଥାନାନ୍ତର କରାଯାଇଛି । ତେବେ ଯେଉଁ ଦର୍ଶକ ଫିଜିକାଲ୍ ଟିକେଟ୍ କରିିଥିଲେ ସେମାନଙ୍କ ଟିକେଟ୍ କାଲି ମଧ୍ୟ ଭାଲିଡ୍ ରହିବ । ବାସ୍ ସେମାନଙ୍କୁ ଟିକେଟ୍ ସୁରକ୍ଷିତ ରଖିବାର ଅଛି ।