ଦ୍ଵିତୀୟ ଦିନିକିଆରେ ଭାରତ ପରାସ୍ତ

ଦ୍ଵିତୀୟ ଦିନିକିଆରେ ଭାରତ ପରାସ୍ତ ହୋଇଛି । ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ପର ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା ଭାରତ । 247 ରନର ପିଛା କରି ଭାରତ 146 ରନରେ  ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ  ଶିଖର ଧାଓ୍ବନ 9 ରନ୍ କରିଥିଲେ । ବିରାଟ କୋହଲି 16 ରନ କରିଥିବା ବେଳେ ସୂର୍ଯ୍ୟକୁମାର 27 ରନ ହାର୍ଦିକ 29 ରନ୍ କରି ଆଉଟ ହୋଇଥିଲେ । ରବୀନ୍ଦ୍ର ଜାଡେଜା 29 ଶାମି 23 ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଟୋପଲି 6 ଉଇକେଟ ନେଇ ଭାରତର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ତାଙ୍କ ଆଗରେ ଭାରତର ସବୁ ବ୍ୟାଟସମ୍ୟାନ ପରାସ୍ତ ହୋଇଥିଲେ ।

 ପ୍ରଥମେ ବ୍ୟାଟିଂ କରି  ଇଂଲଣ୍ଡ ୨୪୬ ରନରେ କରି ଅଲଆଉଟ୍ ହୋଇଥିଲା । ଇଂଲଣ୍ଡ ର ଟର୍ପ ଅର୍ଡର ବ୍ୟାଟସମ୍ୟାନଙ୍କ ବିଫଳତା ସତ୍ତ୍ଵେ ନିମ୍ନ କ୍ରମରେ ଆସିଥିବା ମୋଇନ ଅଲ୍ଲୀଙ୍କ ୪୭ ଏବଂ ଡେଭିଡ୍ ଓ୍ଵିଲିଙ୍କ ୪୧ ରନ ବଳରେ ଘରୋଇ ଦଳ ୨୪୭ ରନର ସମ୍ମାନଜନକ ସ୍କୋର କରିଥିଲା ।  ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ ଓ୍ଵିକେଟ୍ ନେଇଥିଲେ । ଇଂଲଣ୍ଡ ୪୯ ଓଭରରେ ୨୪୬ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଯୁଜବେନ୍ଦ୍ର ଚହଲ ୪ଟି ଓ୍ବିକେଟ ନେଇଥିଲେ ।