ବାଙ୍ଗାଲୋରକୁ ୭ ୱିକେଟରେ ହରାଇଲା ଦିଲ୍ଲୀ
ନୂଆଦିଲ୍ଲୀ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକେଟରେ ଦିଲ୍ଲୀ କ୍ୟାପିଟାଲ ସହଜରେ ପରାସ୍ତ କରିଛି। ବାଙ୍ଗାଲୋରର ୧୮୨ ରନର ଟାର୍ଗେଟ ଦେଇଥିଲା । ଏହାକୁ ପିଛା କରି ଦ୍ବିତୀୟ ପାଳିରେ ଦିଲ୍ଲୀ ୩ ୱିକେଟ ହରାଇ ୧୬.୪ ଓଭରରେ ୧୮୭ ରନ କରି ବିଜୟୀ ହୋଇଛି। ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କୋହଲି ୫୫ରନ କରିଥିବାବେଳେ ଡୁପ୍ଲେସିସ୍ ୪୫ରନ କରିଥିଲେ । ମାତ୍ର ଗ୍ଲେନ ମାକ୍ସଓ୍ବେଲ ଖାତା ଖୋଲିପାରିନଥିଲେ । ମହିପାଲ ଲାମରୋର ଅପରାଜିତ ୫୪ରନ କରିଥିଲେ । ଦିନେଶ କାର୍ତ୍ତିକ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୮୧ ରନ କରିଥିଲା । ପରେ ଦିଲ୍ଲୀର ଅଧିନାୟକ ଡେଭିଡ ୱାର୍ନର ଓ ଫିଲିପ ସାଲ୍ଟ ଓପନିଂ କରିଥିଲେ। ବ୍ୟକ୍ତିଗତ ଭାବେ ୨୨ ରନ କରି ୱାର୍ନର ଆଉଟ ହୋଇଥିବାବେଳେ ଦ୍ବିତୀୟ ୱିକେଟ ଭାବେ ମିଚେଲ ମାର୍ସ ଆସି ୨୬ ରନ କରି ଆଉଟ ହୋଇଯାଇଥିଲେ। କିନ୍ତୁ ଫିଲିଫ ୮୭ ରନ କରି ଆଉଟ ହୋଇଥିଲେ ବି ଖେଳର ସ୍ଥିତିକୁ ସୁଦୃଢ଼ କରିଦେଇଥିଲେ। ରିଲି ୩୫ ରନ କରିଥିବାବେଳେ ଅକ୍ଷର ୮ ରନ କରିଥିଲେ।
In Match 5️⃣0️⃣ of #TATAIPL between #DC & #RCB
Here are the Upstox Most Valuable Asset, Herbalife Active Catch of the match & Visit Saudi Beyond the Boundaries Longest 6 award winners.@upstox | #InvestRight with Upstox@Herbalifeindia@VisitSaudi | #VisitSaudi | #ExploreSaudi pic.twitter.com/wcq8BHJ1I0
— IndianPremierLeague (@IPL) May 6, 2023