ରଙ୍ଗରେ ଭିଜିଲେ କ୍ରିକେଟର

IPL 2025ର ୧୮ତମ ସିଜିନର ବିଗୁଲ ବାଜିସାରିଛି। ସମସ୍ତ ଦଳର ଖେଳାଳି ନିଜ ନିଜ ଘରୋଇ ପଡ଼ିଆରେ କଠିନ ଅଭ୍ୟାସ କରୁଛନ୍ତି। ହେଲେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ସମଗ୍ର ଦେଶ ହୋଲି ରଙ୍ଗରେ ରଙ୍ଗିତ। ଏହି ପରିପ୍ରେକ୍ଷୀରେ ହୋଲି ରଙ୍ଗରେ ଭିଜିଛନ୍ତି ବିଦେଶୀ କ୍ରିକେଟର। ଭାରତୀୟ ହୁଅନ୍ତୁ କି ବିଦେଶୀ ସମସ୍ତ ଖେଳାଳି ହୋଲି ପାଳନ କରିଛନ୍ତି। ସାଧାରଣ ଲୋକଙ୍କ ପରି, କ୍ରିକେଟର ମଧ୍ୟ ରଙ୍ଗର ପର୍ବରେ ଉତ୍ସାହର ସହିତ ହୋଲି ଖେଳିଛନ୍ତି ।

ଭାରତୀୟ କ୍ରିକେଟ ଦଳର ତାରକାମାନେ ସେମାନଙ୍କ ପରିବାର ସହିତ ହୋଲି ପାଳନ କରିଥିଲେ। ଭାରତୀୟ କ୍ରିକେଟରଙ୍କ ସହିତ, ଅନେକ ବିଦେଶୀ କ୍ରିକେଟର ମଧ୍ୟ ହୋଲି ରଙ୍ଗରେ ରଙ୍ଗିନ ହୋଇଥିବାର ଦେଖିବାକୁ ମିଳିଥିଲା।