୨୪୦ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ
ଅହମ୍ମଦାବାଦ:ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଟାର୍ଗେଟ ରଖିଲା ଭାରତ । ପ୍ରଥମେ ବ୍ୟାଟିଂ କରି ସମସ୍ତ ଓ୍ବିକେଟ ହରାଇ ୨୪୦ ରନ କରିଛି ଟିମ୍ ଇଣ୍ଡିଆ । କ୍ରିକେଟ ଫାଇନାଲରେ ଭାରତର କମ୍ ରନ୍ ସ୍କୋର । ଯାହା ଆଶା କରାଯାଉଥିଲା ତାହା କରିପାରିନାହାନ୍ତି ଭାରତୀୟ ବ୍ୟାଟର । ଫାଇନାଲ ମ୍ୟାଚରେ ଆଜି ମାତ୍ର ୫ ଜଣ ଭାରତୀୟ ବ୍ୟାଟ୍ସମାନ୍ ୨ ଅଙ୍କ ଛୁଇଁଥିଲେ । ସେଥିମଧ୍ୟରୁ ୱିକେଟ କିପର କେ. ଏଲ ରାହୁଲ ସର୍ବାଧିକ ୬୬ ରନ କରିଥିଲେ । ରେକର୍ଡ ପରେ ରେକର୍ଡ କରିଥିବା ବିରାଟ କୋହଲିଙ୍କଠାରୁ ଯାହା ଆଶା କରାଯାଉଥିଲା ସେ ଆଜି କରିପାରିନାହାନ୍ତି । ଭାରତ ସମ୍ପୂର୍ଣ୍ଣ ୫୦ ଓଭର ଖେଳିଥିବାବେଳେ ସମସ୍ତ ଓ୍ବିକେଟ ହରାଇ ୨୪୦ ରନ କରିବାରେ ସକ୍ଷମ ହୋଇଛି । ବିରାଟ କୋହଲି ଏବଂ କେ.ଏଲ ରାହୁଲ ଅର୍ଦ୍ଧଶତୀୟ ପାଳି ଖେଳିଛନ୍ତି । ତେବେ ଅର୍ଦ୍ଧଶତକ ହାସଲ କରିଥିଲେ ବିରାଟ କୋହଲି । ୬୩ଟି ବଲରୁ ସେ ୫୪ ରନ କରି ପ୍ୟାଭିଲିୟନ ଫେରିଥିଲେ । ବିଶ୍ବକପରେ ସର୍ବାଧିକ ସ୍କୋର, ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ବିରାଟ କେବଳ ୫୪ରନର ଅବଦାନ ଦେଇଥିଲେ । ରୋହିତ ଶର୍ମା ପ୍ରଥମରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ ହେଲେ ସେ ୪୭ ରନ କରି ପ୍ୟାଭିଲିୟନ ଫେରିଥିଲେ । କୁଲଦୀପ ଯାଦବ ୧୦ ରନ କରିଥିଲେ । ଶୁଭମନ୪, ଶ୍ରେୟସ ୪ , ରବୀନ୍ଦ୍ର ଜାଡେଜା ୯ ଏବଂ ସୂର୍ଯ୍ୟକୁମାର ଯାଦବ ୧୮ ରନ କରି ଆଉଟ ହୋଇଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୪୦ ରନ କରିବାରେ ସକ୍ଷମ ହୋଇଛି । ସେପଟେ ଭାରତ ବୋଲିଂରେ କମାଲ କରିବା ସହ ଦଶ ଓଭରରେ ଅଷ୍ଟ୍ରେଲିଆର ତିନି ଉଇକେଟ ହାସଲ କରିଛି । ଭାରତ ନିଶ୍ଚିତ ବିଜୟୀ ହେବ ବୋଲି କ୍ରିଡ଼ାପ୍ରେମୀମାନେ ଆଶା ରଖିଛନ୍ତି ।