କେକେଆର୍‌କୁ ୪୯ ରନ୍‌ରେ ପରାସ୍ତ କଲା ସି‌ଏସ୍‌କେ

କୋଲ୍‌କାତା: କୋଲ୍‌କାତା ନାଇଟ୍‌ ରାଇଡର୍ସ କୁ ୪୯ ରନ୍‌ରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ  ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ସିଏସ୍‌କେ ୨୩୫ ରନ୍‌ କରିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ସିଏସ୍‌କେ ପାଳିରେ ଅଜିଙ୍କ୍ୟ ରାହାଣେ ୭୧, ଡେଭନ କନ୍‌ୱେ ୫୬ ଏବଂ ଶିବମ ଦୁବେ ୫୦ରନ୍‌ ସାଙ୍ଗକୁ ଋତୁରାଜ ଗାଏକ୍ବାଡଙ୍କ ୩୪ ରନ୍‌ ବଳରେ ସିଏସ୍‌କେ ୨୦୦ ରନ୍‌ ପାର୍‌ କରିଥିଲା। ୨୩୬ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିବା ସିଏସ୍‌କେ ବୋଲରଙ୍କ ବଳରେ କେକେଆର୍‌ ପାଳିକୁ ୧୮୬ରେ ଅଟକାଇ ଦେଇଥିଲା।  କେକେଆର୍‌ ବିଜୟଠୁ ୪୯ ରନ୍‌ ଦଳରରେ ରହିଯାଇଥିଲା। ସୁନିଲ ନାରାୟଣ ୦ ଙ୍କୁ ଆକାଶ ସିଂହ ବୋଲ୍ଡ କରି ଦଳକୁ ପ୍ରଥମ ସଫଳତା ଦେଇଥିଲା ବେଳେ ଏହା ପର ଓଭରରେ ନାରାୟଣ ଜଗଦୀଶାନ ୧ ରନ୍‌ , ତୁଷାର ଦେଶପାଣ୍ଡେ ଆଉଟ୍‌ କରି ଦେଇଥିଲେ। ଭେଙ୍କଟେଶ ଆୟର ୨୦ ଓ ଅଧିନାୟକ ନୀତୀଶ ରାଣା ୨୭ ରନ୍‌ ପ‌ାଳି ସମ୍ଭାଳିଥିଲେ ମଧ୍ୟ ଧିମା ଖେଳିବାରୁ ଆବଶ୍ୟକ ରନ୍‌ରେଟ୍‌ ବଢ଼ି ବଢ଼ି ଯାଇଥିଲା। ଜାସନ ରୟ ୬୧ ଓ ରିଙ୍କୁ ସିଂହ ୫୩ ରନ୍‌ ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରିଥିଲେ ମଧ୍ୟ ଏହା ଦଳ ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା।