ହାଇବ୍ରିଡ୍ ମଡେଲରେ ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳିବନି ଭାରତ। ଉଭୟ ବିସିସିଆଇ ଓ ପିସିବି ମଧ୍ୟରେ ଏହାକୁ ନେଇ ସହମତି ହୋଇଛି। ଚାମ୍ପିୟନ୍ସ ଟ୍ରଫିର ୧୦ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ। ଲିଗ୍ ଷ୍ଟେଜରେ ଭାରତ ତା’ର ତିନୋଟି ମ୍ୟାଚ୍ ଦୁବାଇରେ ଖେଳିବ। ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ ଫାଇନାଲ୍ ମଧ୍ୟ ଦୁବାଇରେ ଖେଳିବ ଭାରତ । ଯଦି ଭାରତ ନକଆଉଟ୍ ପର୍ୟ୍ୟାୟରୁ ବାଦ ପଡ଼େ, ତାହେଲେ ସେମିଫାଇନାଲ ଓ ଫାଇନାଲ ଯଥାକ୍ରମେ ଲାହୋର ଓ ରାୱଲପିଣ୍ଡିରେ ଖେଳାଯିବ।

ହାଇବ୍ରିଡ୍ ମଡେଲରେ ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ। ହାଇବ୍ରିଡ୍ ମଡେଲ ଆୟୋଜନ ନେଇ ଆଇସିସି ମଞ୍ଜୁର ଦେଇଛି । ଅର୍ଥାତ ଏବେ ଟୁର୍ଣ୍ଣାମେଣ୍ଟ ଉଭୟ ପାକିସ୍ତାନ ଓ ଦୁବାଇରେ ଖେଳାଯିବ।