ଶ୍ରୀଲଙ୍କାକୁ ୩ ଓ୍ବିକେଟରେ ହରାଇଲା ବାଂଲାଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଶ୍ରୀଲଙ୍କାକୁ ୩ ଓ୍ବିକେଟରେ ହରାଇଦେଇଛି ବାଂଲାଦେଶ। ଶ୍ରୀଲଙ୍କା ଦ୍ବାରା ରଖାଯାଇଥିବା ୨୮୦ ରନ ଜବାବରେ ବାଂଲାଦେଶ ୭ ଓ୍ବିକେଟରେ ୨୮୨ ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ନଜମୁଲ ହୋସେନ ସାଣ୍ଟୋ ୯୦ ରନ କରିଥିବାବେଳେ ସାକିବ ଅଲ ହାସନ ୮୨ ରନ କରିଥିଲେ। ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ପକ୍ଷରୁ  କୁଶଲ ପରେରା ମାତ୍ର ୪ ରନରେ ପାଭିଲିୟନ ଫେରିବା ପରେ କୁଶଲ ମେଣ୍ଡିସ୍ ବି ମାତ୍ର ୧୯ ରନରରେ ଆଉଟ ହୋଇଥିଲେ । ତେବେ ପ୍ରଥୁମ ନିଶଙ୍କା ଓ ସଦିରା ସମରଓ୍ବିକ୍ରମା ଲଢୁଆ ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାର କରିବା ସହ ସ୍କୋରକୁ ଆଗେଇ ନେଇଥିଲେ। ଉଭୟ ୪୧ ରନ ଲେଖାଏଁ କରିଥିଲେ। ତେବେ ଶ୍ରୀଲଙ୍କା ପାଇଁ ଏକ ବଡ଼ ସ୍କୋର ଛିଡ଼ା କରିବାରେ ସବୁଠାରୁ ବଡ଼ ଯୋଗଦାନ ଦେଇଥିଲେ ଚରିଥ ଅସଲଙ୍କା। ସେ ୧୦୫ ଟି ବଲ ଖେଳି ୧୦୮ ରନ କରିଥିଲେ । ଧନଞ୍ଜୟ ଡିସିଲଭା ୩୪ ରନ ଓ ମହିସ ତିକସନା ୨୨ ରନ କରିଥିଲେ। ଶ୍ରୀଲଙ୍କା ୪୯.୩ ଓଭରରେ ୨୭୯ ରନ କରି ଅଲଆଉଟ ହୋଇଯାଇଥିଲା।