ଆଜି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମୁକାବିଲା
ଲକ୍ଷ୍ନୌ: ବିଶ୍ବକପ୍ରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଆଜି ଲକ୍ଷ୍ନୌରେ ମୁହାଁମୁହିଁ ହେବେ। ଉଭୟ ଦଳ ଏପର୍ଯ୍ୟନ୍ତ ବିଜୟର ସ୍ବାଦ ଚାଖି ନାହାନ୍ତି। ଏକନା ଷ୍ଟାଡିୟମରେ ଉଭୟ ଦଳ ପ୍ରଥମ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ । ଅଷ୍ଟ୍ରେଲିଆ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକାଠୁ ହାରି ବିଯୁକ୍ତ ୧.୮୪୬ ରନ୍ ରେଟ୍ ସହ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ନିଜର ପ୍ରଥମ ଦୁଇ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନଠୁ ହାରିଛି। ବିଯୁକ୍ତ ୧.୧୬୧ ରନ୍ ରେଟ୍ ସହ ଦଳ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଗତ ଦୁଇ ମ୍ୟାଚ୍ରେ ଅଷ୍ଟ୍ରେଲିଆ ପ୍ରତ୍ୟେକ ମୁହୂର୍ତ୍ତରେ ସଂଘର୍ଷ କରିଛି। ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ଜୋସ ହାଜେଲଉଡ୍ ଓ ମିଚେଲ ଷ୍ଟାର୍କ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ସ୍ପିନ୍ ଦାୟିତ୍ବ ଆଦାମ ଜାମ୍ପା ଓ ଗ୍ଲେନ ମ୍ୟାକ୍ସୱେଲଙ୍କ କାନ୍ଧରେ ରହିବ। ବ୍ୟାଟିଂ ଭାର ପୂର୍ବ ପରି ଭେଟେରାନ ଡେଭିଡ ୱାର୍ଣ୍ଣର, ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍, ମିଚେଲ ମାର୍ସ ଓ ମାର୍ନସ ଲବୁସାନଙ୍କ ଉପରେ ରହିବେ। ଏମାନେ ସଫଳ ହେଲେ ଦଳ ବଡ଼ ସ୍କୋର୍ କରିବାକୁ ସକ୍ଷମ ହେବ।