କୋଲ୍କାତା: ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଆଜି ଚଳିତ ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲ୍ରେ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଦକ୍ଷିଣ ଆଫ୍ରିକା। ଲିଗ୍ ପର୍ଯ୍ୟାୟରେ ଉଭୟ ଦଳ ସମାନ ୧୪ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ନେଟ୍ ରନ୍ ରେଟ୍ରେ ଆଗରେ ରହି ଦ୍ବିତୀୟ ସ୍ଥାନରେ ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ଅଷ୍ଟ୍ରେଲିଆ ତୃତୀୟ ଦଳ ଭାବେ ଏହି ଲଢ଼େଇରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ୧୯୯୨, ୧୯୯୯, ୨୦୦୭, ୨୦୧୫ରେ ସେମିଫାଇନାଲ୍ ଖେଳିଥିଲେ ମଧ୍ୟ ତା’ଆଗକୁ ବଢ଼ିବାକୁ ସକ୍ଷମ ହୋଇନି। ଚଳିତ ଥର ତେମ୍ବା ବଭୂମାଙ୍କ ଦଳ ପ୍ରଥମ ଥର ବିଶ୍ବକପ୍ ଫାଇନାଲ୍ ଖେଳିବା ଆଶା ବାନ୍ଧିଛି। ୧୯୯୯ରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ୍ ଖେଳ ବେଳେ ଏହି ମ୍ୟାଚ୍ ନାଟକୀୟ ଭାବେ ଟାଇ ହୋଇଥିଲା। ଫଳରେ ପୂର୍ବ ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଫାଇନାଲ୍ରେ ପହଞ୍ଚିଥିଲା ଏବଂ ଦକ୍ଷିଣ ଆଫ୍ରିକାର ଅଭିଯାନ ସେମିରେ ଶେଷ ହୋଇଯାଇଥିଲା। ୨୦୦୭ରେ ମଧ୍ୟ ସେହି ଅଷ୍ଟ୍ରେଲିଆ ସହ ସେମି ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲା ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୪୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ମ୍ୟାଚ୍କୁ ସହଜରେ ଜିତି ନେଇଥିଲା। ତେବେ ଏହି ଦୁଇ ସେମିଫାଇନାଲ୍ ପରାଜୟର ପ୍ରତିଶୋଧ ଇଡେନ୍ରେ ନେବାକୁ ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା। ଲିଗ୍ ପର୍ଯ୍ୟାୟରେ ଚମତ୍କାର ଖେଳିଥିବା ଦକ୍ଷିଣ ଆଫ୍ରିକା କେବଳ ଭାରତ ଓ ନେଦରଲାଣ୍ଡ୍ସଠୁ ହାରିଛି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post