ଭାରତକୁ ୭୩ ରନରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ

ବେନୋନି: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ ବର୍ଷରୁ କମ ବିଶ୍ବକପ କ୍ରିକେଟରେ ଭାରତୀୟ ଦଳକୁ ୭୩ ରନରେ ପରାସ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ଚାମ୍ପିଅନ ହେବା ପାଇଁ ଭାରତ ଆଗରେ ୨୫୪ ରନର ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ ।

ଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫୦ ଓଭରରେ ୨୫୩ ରନ କରିଥିଲା । ଦଳର ସ୍କୋର ମାତ୍ର ୧୬ ରନ ହୋଇଥିବାବେଳେ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ସାମ କୋନଷ୍ଟାସ୍ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ହ୍ୟାରି ଡିକ୍ସନ ଓ ହ୍ୟୁ ଓ୍ବେବଜେନ ଏକ ଭଲ ପାର୍ଟନରସିପ୍ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ହରଜାସ ସିଂ ୫୫ରନ କରିଥିବାବେଳେ ହ୍ୟ ଓ୍ବେବଜେନ ୪୮ ରନ ଓ ଓଲିଭର ପିକ୍ ୪୬ ରନ କରିଥିଲେ । ସେହିପରି ହ୍ୟାରି ଡିକ୍ସନ ୪୨ରନ କରିଥିଲେ । ରିଆନ ହକ୍ସ ୨୦ ରନ କରିଥିଲେ । ଭାରତ ପକ୍ଷରୁ  ରାଜ୍ ଲିମ୍ବାନି ୩ଟି ଓ୍ବିକେଟ ନେଇଥିବାବେଳେ ନମନ ତିଓ୍ବାରି ୨ ଓ୍ବିକେଟ ନେଇଥିଲେ । ସଉମି ପାଣ୍ଡେ ଓ ମୁସିର ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

କିନ୍ତୁ ଏହାର ପିଛା କରିବାକୁ ଯାଇ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତ ପକ୍ଷରୁ ଆଦର୍ଶ ସିଂ ୪୭ ରନ ଓ ମୁରୁଗନ ଅଭିଷେକ ୪୨ ରନ କରିଥିଲେ । ମୁସୀର ଖାଁ ୨୨ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାଫଳରେ ଭାରତର ସ୍କୋର ୧୭୪ ରନରେ ଅଟକି ଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମାହଲି ବିୟର୍ଡମ୍ୟାନ ଓ ରାଫ ମାକମିଲାନ ୩ଟି ଲେଖାଏ୍ଁ ଓ୍ବିକେଟ ନେଇଥିଲେ ।