କମିନ୍ସଙ୍କୁ ୧୦ ୱିକେଟ୍‌, ଅଷ୍ଟ୍ରେଲିଆ ୭୯ ରନ୍‌ରେ ବିଜୟୀ

ମେଲବର୍ଣ୍ଣ:  ପାକିସ୍ତାନ-ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ୍‌ ରେ କମିନ୍ସଙ୍କୁ ୧୦ ୱିକେଟ୍‌, ଅଷ୍ଟ୍ରେଲିଆ ୭୯ ରନ୍‌ରେ ବିଜୟୀ। ପ୍ୟାଟ୍ କମିନ୍ସଙ୍କ ଉଭୟ ପାଳି ୫ ୱିକେଟ୍ ସଫଳତା ବଳରେ ଅଷ୍ଟ୍ରେର୍ଲିଆ ୭୯ ରନ୍‌ୟରେ ବାଜି ମାରି ନେଇଛି। ଭ୍ରମଣକାରୀ ଦଳ ସମ୍ମୁଖରେ ୩୧୭ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ସାନ୍ ମାସୁଦ୍ ୬୦ରନ୍, ଆଘା ସଲମାନ ୫୦ ରନ୍, ବାବର ଆଜମ ୪୧ରନ, ମହମ୍ମଦ ରିଜୱାନ ୩୫ରନଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ପାକିସ୍ତାନ ୨୩୭ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ମିଚେଲ ଷ୍ଟାର୍କ ମଧ୍ୟ ୪ ୱିକେଟ୍ ନେଇ କମିନ୍ସଙ୍କ କମାଲରେ ନିଜ ଯୋଗଦାନ ରଖିଥିଲେ। ଏଥି ସହିତ ଅଷ୍ଟ୍ରେଲିଆ ୩ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳାରେ ୨-୦ରେ ଆପରାଜେୟ ଅଗ୍ରଣୀ ନେଇଛି। କମିନ୍ସ ମୋଟ ୧୦ ୱିକେଟ୍ (୫/୪୮ ଓ ୫/୪୯) ଅକ୍ତିଆର କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ତୃତୀୟ ଟେଷ୍ଟ୍ ଜାନୁଆରି ୩ ତାରିଖରୁ ସିଡ୍‌ନିରେ ଖେଳାଯିବ।