୨୦୯ରନରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ବିଜେତା

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ହାରିଛି ଭାରତ । ଭାରତକୁ ୨୦୯ରନରେ ହରାଇଛି ପାଟ କମିନ୍ସଙ୍କ ନେତୃତ୍ୱାଧୀନ କଙ୍ଗାରୁ ଦଳ ।  ୪୪୪ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ଶେଷ ଦିନର ପ୍ରଥମ ସେଶନରେ ୨୩୪ ରନରେ ଅଲଆଉଟ୍ ହୋଇଯାଇଛି । ଦ୍ୱିତୀୟ ଇନିଂସରେ ଭାରତର କୌଣସି ବି ବ୍ୟାଟର ଅର୍ଦ୍ଧଶତକ କରିପାରିନଥିଲେ । ବିରାଟ କୋହଲି ସର୍ବାଧିକ ୪୯ ରନ୍ କରିଥିଲେ । ଅନେକ ଅନୁଭବୀ ବ୍ୟାଟ୍ସମ୍ୟାନ ଖରାପ ସଟ୍ ଖେଳି ଆଉଟ୍ ହେବା କାରଣରୁ ଭାରତ ଟାଇଟଲ୍ ହାତଛଡ଼ା କରିଛି ।

 ଅଷ୍ଟ୍ରେଲିଆ ନିଜର ଦ୍ୱିତୀୟ ଇନିଂସ ୨୭୦/୮ ସ୍କୋରରେ ଘୋଷଣା କରିଥିଲା ଏବଂ ଭାରତକୁ ବିଜୟ ପାଇଁ ୪୪୪ ରନର ଟାର୍ଗେଟ ଦେଇଥିଲା । ଭାରତୀୟ ଟିମ୍ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଯାଇଥିଲା ସେହିପରି ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୪୬୯ ରନରେ ଅଲାଉଟ୍ ହୋଇଥିଲା ।