୫୭୯ କୋଟି ଟଙ୍କାରେ ଆପୋଲୋ ଟାୟର୍ସ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ପ୍ରାୟୋଜକ
ବିସିସିଆଇ ଏକ ନୂଆ ସ୍ପନସର ପାଇଛି । ଆପୋଲୋ ଟାୟର୍ସ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ପ୍ରାୟୋଜକ ହୋଇଛି। ଏନେଇ ବିସିସିଆଇ ଆନୁଷ୍ଠାନିକ ଭାବରେ ଚୁକ୍ତି ଚୂଡ଼ାନ୍ତ ହେବା ନିଶ୍ଚିତ କରିଛି। ଏହି ଚୁକ୍ତି ୫୭୯ କୋଟି ଟଙ୍କାରେ ନିଶ୍ଚିତ ହୋଇଛି, ଯାହା ଆଗାମୀ ଅଢ଼େଇ ବର୍ଷ ପାଇଁ ରହିବ। ଏହି ସମୟ ମଧ୍ୟରେ, ଭାରତୀୟ ଦଳ ୧୨୧ ଦ୍ୱିପାକ୍ଷିକ ମ୍ୟାଚ୍ ଏବଂ ବହୁ-ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ୨୧ ମ୍ୟାଚ୍ ଖେଳିବ। ପୂର୍ବରୁ ଭାରତୀୟ ଦଳ ‘ଡ୍ରିମ-୧୧’ ଜର୍ସି ପିନ୍ଧି ଖେଳୁଥିଲା, କିନ୍ତୁ ଅନଲାଇନ୍ ଗେମିଂ ବିଲ୍ ବ୍ୟାନ ପରେ ଏହାକୁ ବାଦ ଦିଆଯାଇଥିଲା।
ହରିଆଣାର ଗୁରୁଗ୍ରାମରୁ ପରିଚାଳିତ ଆପୋଲୋ ଟାୟର୍ସ ବିଶ୍ୱର ୧୦୦ ରୁ ଅଧିକ ଦେଶରେ ସକ୍ରିୟ ଅଛି। ଏହା କାନଭା ଏବଂ ଜେକେ ସିମେଣ୍ଟ୍ସ କମ୍ପାନୀଠାରୁ ପ୍ରତିଯୋଗିତାର ସମ୍ମୁଖୀନ ହୋଇଥିଲା, ଯେଉଁମାନେ ଯଥାକ୍ରମେ ୫୪୪ କୋଟି ଏବଂ ୪୭୭ କୋଟି ଟଙ୍କା ନିଲାମ ଡାକିଥିଲେ ।
ଏସିଆ କପ ପୂର୍ବରୁ DREAM -11 ପ୍ରୋଯୋଜକରୁ ବାହାରି ଯାଇଥିଲା । ୩୫୮ କୋଟିର ସ୍ପନସରସିପ ଚୁକ୍ତି ହୋଇଥିଲା ବାତିଲ । ସଂସଦରେ ଅନ୍ଲାଇନ୍ ଗେମିଂ ବିଲ୍, ୨୦୨୫ ର ପ୍ରମୋସନ ଏବଂ ରେଗୁଲେସନ୍ ପାସ୍ ହେବା ପରେ ବିସିସିଆଇ ଏବଂ DREAM 11 ସେମାନଙ୍କ ଚୁକ୍ତି ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଡ୍ରିମ-୧୧ ବିସିସିଆଇ ସହ ୩୫୮ କୋଟି ଟଙ୍କାର ଡିଲ୍ କରିଥିଲା । ଯେଉଁଥିରେ ଟିମ୍ ଇଣ୍ଡିଆର ଜର୍ସିରେ ଡ୍ରିମ୍ -11 ଲୋଗୋ ସ୍ଥାନ ପାଇଥିଲା । ‘ଅନ୍ଲାଇନ୍ ଗେମିଂ ବିଲ୍ 2025’ ପାରିତ ପରେ DREAM -11ର ବିଜିନେସ ପ୍ରଭାବିତ ହୋଇଛି । ଆୟର ପ୍ରାୟ ୯୦% କ୍ଷତିଗ୍ରସ୍ତ ହୋଇଛି । ଡ୍ରିମ୍ ୧୧ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ସ୍ପନସର ଥିଲା । ୨୦୨୩ରୁ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ୩୫୮ କୋଟି ଟଙ୍କାର ଚୁକ୍ତି କରିଥିଲା । ଏହି ଚୁକ୍ତି ଅନୁଯାୟୀ ଡ୍ରିମ୍ ୧୧ ପ୍ରତି ହୋମ୍ ମ୍ୟାଚ୍ ପାଇଁ ୩ କୋଟି ଟଙ୍କା ଓ ପ୍ରତି ବାହାର ମ୍ୟାଚ୍ ପାଇଁ ୧ କୋଟି ଟଙ୍କା ଦେଉଥିଲା ।