ଇଂଲଣ୍ଡକୁ ପରାସ୍ତ କଲା ଆଫଗାନିସ୍ତାନ

ଇଂଲଣ୍ଡକୁ ପରାସ୍ତ କଲା ଆଫଗାନିସ୍ତାନ । ଆଫଗାନିସ୍ତାନ ଦଳ ଇଂଲଣ୍ଡ ଭଳି ବିଶ୍ୱ ଚାମ୍ପିଅନ ଦଳକୁ ପରାସ୍ତ କରିଛି । ହସମତୁଲ୍ଲା ଶାହିଦିଙ୍କ ଅଧିନାୟକତ୍ୱରେ ଆଫଗାନିସ୍ତାନ ଦଳ ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଛି । ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯାଇଛି ଇଂଲଣ୍ଡ ଦଳ। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୫୦ ଓଭରରେ ୭ ୱିକେଟ ହରାଇ ୩୨୫ ରନ କରିଥିଲା । ଦଳ ପକ୍ଷରୁ ଇବ୍ରାହିମ ଜାଦ୍ରାନ ୧୪୬ ବଲରେ ୧୨ଟି ଚୌକା ଓ ୬ଟି ଛକା ସହିତ ବିସ୍ଫୋରକ ୧୭୭ ରନ୍ କରିଥିଲେ । ଏହା ଆଇସିସି ଚାମ୍ପିୟନ୍ସ ଟ୍ରଫି ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋର ।