୩ୟ ଦିନିକିଆ ପାଇଁ ଟିମ ଇଣ୍ଡିଆ ପହଁଚିଲା ରାଜକୋଟରେ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ରାଜକୋଟରେ ଖେଳାଯିବ। ସମସ୍ତ ଖେଳାଳି ଆଜି ପ୍ରାକ୍ଟିସ କରିଥିବା ବେଳେ କିଛି ଖେଳାଳି ବିଶ୍ରାମ ନେଇପାରନ୍ତି । ପ୍ରଥମ ଦୁଇଟି ମ୍ୟାଚରେ ବିଶ୍ରାମ ନେଇଥିବା ଅଧିନାୟକ ରୋହିତ ଶର୍ମା ଓ ତାରକା ଖେଳାଳି ବିରାଟ କୋହଲି ଟିମକୁ ଫେରିବେ । ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୧ଟା ୩୦ରେ ଆରମ୍ଭ ହେବ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଓପନର ଶୁଭମନ ଗିଲ, ଦ୍ରୁତ ବୋଲର ମହମ୍ମଦ ସାମି, ଶାର୍ଦ୍ଦୁଲ ଠାକୁର ଏବଂ ଅକ୍ଷର ପଟେଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ। ଆଗକୁ ବିଶ୍ବକପ ଥିବାରୁ ଏସବୁ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମା(ଅଧିନାୟକ), ଇଶାନ କିଶାନ୍, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ(ଉପ-ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ଜଶପ୍ରୀତ ବୁମରାହ, କୁଳଦୀପ ଯାଦବ, ମହମ୍ମଦ ସିରାଜ ଖେଳିପାରନ୍ତି ଶେଷ ଦିନିକିଆ