ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ

ଗୁଆହାଟୀ:  ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ। ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ତେଣୁ ଏହି ଧାରାକୁ ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରିବେ। ଗତଥରର ଉପବିଜେତା ରାଜସ୍ଥାନ ତା’ର ପ୍ରଥମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍‌ରେ ପରାସ୍ତ କରି ଭଲ ଆରମ୍ଭ କରିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଡକ୍‌ୱର୍ଥ-ଲୁଇସରେ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ୭ ରନ୍‌ରେ ପରାସ୍ତ କରିଥି‌ଲା।

ରୟାଲ୍ସ ସୁନ୍ଦର ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରହିବ।   ୱେଷ୍ଟଇଣ୍ଡିଜ୍‌ ବ୍ୟାଟର୍‌ ସିମ୍ରନ ହେଟମେୟରଙ୍କ ବିସ୍ଫୋରକ ପାଳି ଯୋଗୁଁ ଦଳ ୨୦୦ ରନ୍‌ ପାରି କରିଥିଲା। ବୋଲିଂରେ ବିଶ୍ବର ଅଗ୍ରଣୀ ଦ୍ରୁତ ବୋଲର ବୋଲ୍ଟଙ୍କ ସହ ସ୍ପିନର ଚହଲ ଓ ରବିଚନ୍ଦ୍ରନ ଅଶ୍ବିନ ରହିଛନ୍ତି। ଅଭିଜ୍ଞ ଭାରତୀୟ ବ୍ୟାଟର୍‌ ଶିଖର ଧାୱନ ଓ ସିଂହଳୀ ତାରକା ଭାନୁକା ରାଜପକ୍ଷଙ୍କ ଉପରେ ପଞ୍ଜାବର ଶୀର୍ଷ କ୍ରମ ଏବଂ ବୋଲିଂ ବାହିନୀ ଦାୟିତ୍ବ ଯୁବ ବାମହାତୀ ଭାରତୀୟ ବୋଲର ଅର୍ଶଦୀପଙ୍କ କାନ୍ଧରେ ରହିବ।