୨୨୯ରନ୍ କରି ଦକ୍ଷିଣ ଆଫ୍ରିକା ଅଲ୍ ଆଉଟ୍ ,ଶାର୍ଦୁଳଙ୍କୁ ୭ ୱିକେଟ
ମେଟ୍ରୋ ଟିଭି ଓଡିଶା,୫/୧: ଚଳିତ ୨ୟ ଟେଷ୍ଟରେ ୨ଦିନ ବିତି ଥିଲେ ସୁଧା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡା ଟକ୍କର ରହିଛି । ପ୍ରଥମ ଦିନରେ ପେସ୍ ବୋଲର ଚତ୍ମକାର ପ୍ରଦର୍ଶନ କରିବା ଫଳରେ ଭାରତ ୨୦୨ରନରେ ଆଉଟ ହୋଈଥିଲା । ପରେ ଶାର୍ଦୁଳ ଠାକୁରଙ୍କ ଦମଦାର ବୋଲିଂ ଜରିଆରେ ଦକ୍ଷିଣ ଆଫ୍ରିକା ଅଲଆଉଟ ହୋଇ ୨୨୯ରନ୍ କରିଛି । କିଗାନ ପିଟରସନ ଓ ତେମ୍ବା ବାଭୁମାଙ୍କ ଅର୍ଦ୍ଧଶତକ ବଳରେ ମଙ୍ଗଳବାର ୨ୟ ଦିନରେ ଦକ୍ଷିଣ ଆଫ୍ରିକା ଟିମ ୨୨୯ ରନ କରିଥିଲା । ଠାକୁର ୭୧ ରନ୍ ଦେଇ ତାଙ୍କ ଟେଷ୍ଟ କ୍ୟାରିୟର୍ର ଶ୍ରେଷ୍ଠ ବୋଲିଂ କରିଛନ୍ତି । ସେ ୭ଜଣ ବ୍ୟାଟର୍ଙ୍କୁ ଆଉଟ୍ କରିଥିବା ବେଳେ ମହମ୍ମଦ ସାମି ୨ ଏବଂ ବୁମରା ଗୋଟିଏ ଓ୍ଵିକେଟ୍ ନେଇଛନ୍ତି ।
୨ୟ ଇନିଂସ ଆରମ୍ବ କରି ଭାରତ ଦୁଇ ଓପନରଙ୍କୁ ହରାଇ ୮୫ରନରେ ପହଞ୍ଚିଛି । ଓପନିଂ ଯୋଡି ୨୪ ରନ କରି ପ୍ରଥମେ କେ.ଏଲ.ରାହୁଲ ଓ ପରେ ମୟଙ୍କ ଅଗ୍ରୱାଲ ୪୪ ରନ ପରେ ଆଉଟ ହୋଇଥିଲେ । ପରେ ଚେତେଶ୍ୱର ପୂଜାରା ଓ ଅଜିଜ୍ଞ୍ୟ ରାହାଣେ ୪୧ ରନ ଯୋଡି କରି ଅପରାଜିତ ରହିଛନ୍ତି ।