୨୦୨୩ ବର୍ଷ ପାଇଁ ଆଇସିସିର ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟ୍ ଦୌଡ଼ରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ
ଦୁବାଇ: ୨୦୨୩ ବର୍ଷ ପାଇଁ ଆଇସିସିର ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟ୍ ଦୌଡ଼ରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସାମିଲ ହୋଇଛନ୍ତି । ୪ ଜଣିଆ ତାଲିକାରେ ଅଶ୍ୱିନ ଏକମାତ୍ର ଭାରତୀୟ ଅଛନ୍ତି । ତାଙ୍କ ବ୍ୟତୀତ ଇଂଲଣ୍ଡର ଜୋ ରୁଟ୍, ଅଷ୍ଟ୍ରେଲିଆର ଉସମାନ ଖୱାଜା, ଟ୍ରାଭିସ୍ ହେଡ୍ ଏହି ଦୌଡ଼ରେ ରହିଛନ୍ତି । ଏହି ବର୍ଷ ଅଶ୍ୱିନ ୭ ଟେଷ୍ଟ୍ରୁ ୪୧ ୱିକେଟ୍ ଦଖଲ କରିଛନ୍ତି । ବିଶେଷ କରି ବର୍ଡର-ଗାଭାସ୍କର ଟ୍ରଫିରେ ସେ ୩୫ ୱିକେଟ୍ ନେଇଥିଲେ । ତୃତୀୟ ଥର ପାଇଁ ସେ ଏହି ପୁରସ୍କାର ଦୌଡ଼ରେ ରହିଛନ୍ତି । ପୂର୍ବରୁ ୨୦୧୬ରେ ସେ ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟର୍ ପୁରସ୍କାର ପାଇଥିଲେ । ଘରୋଇ ଶୃଙ୍ଖଳାରେ ସେ ଦମ୍ଦାର ପ୍ରଦର୍ଶନ ଦେଇଥିଲେ ମଧ୍ୟ ଡବ୍ଲୁଟିସି ଫାଇନାଲ୍ ଦଳରେ ସ୍ଥାନ ପାଇନଥିଲେ । ତେବେ ଶ୍ରେଷ୍ଠ ପୁରସ୍କାର ମଧ୍ୟରେ ଦୁଇ ଅଷ୍ଟ୍ରେଲୀୟ ଆଗରେ ଅଛନ୍ତି । ଅଶ୍ୱିନ ଡାର୍କ ହର୍ସ ଭାବେ ପୁରସ୍କାର ଜିତିପାରନ୍ତି ।