ହକି ପ୍ରୋ-ଲିଗ୍ ଆଜିଠାରୁ
ଆଜିଠାରୁ ରାଉରକେଲାର ସର୍ବବୃହତ ହକି ଷ୍ଟାଡିୟମରେ ଆରମ୍ଭ ହେବ ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍। ଭାରତ , ଜର୍ମାନୀ ଓ ବିଶ୍ବ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ୬ଟି ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ଦଳ ପରସ୍ପର ବିରୋଧରେ ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ। ପ୍ରଥମ ମ୍ୟାଚ୍ ଶୁକ୍ରବାର ସନ୍ଧ୍ୟା ୭ଟାରେ ଭାରତ-ଜର୍ମାନି ମଧ୍ୟରେ ଖେଳାଯିବ। ପ୍ରୋ-ଲିଗ୍ ପାଇଁ ତିନି ଦଳର ଖେଳାଳିମାନେ ବିର୍ସା ମୁଣ୍ଡା ଷ୍ଟାଡିୟମର ମୁଖ୍ୟ ପିଚ୍ ଓ ପ୍ରାକ୍ଟିସ୍ ପିଚ୍ରେ ଝାଳବୁହା ଅଭ୍ୟାସ କରିଛନ୍ତି। ଜର୍ମାନୀ ଦଳ ୭ ତାରିଖରୁ ଏବଂ ଅଷ୍ଟ୍ରେଲିଆ ଓ ଭାରତ ୮ ତାରିଖରୁ ଅଭ୍ୟାସ ଆରମ୍ଭ କରିଥିଲେ।