ସେମିଫାଇନାଲରେ ଟିମ୍ ଇଣ୍ଡିଆ

ଆଇସିସି ୟୁ-୧୯ ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି । ନେପାଳକୁ ୧୩୨ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ଭାରତ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୬ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ସେମି ମୁକାବିଲା ହେବ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୨୯୭ ରନ୍ ସଂଗ୍ରହ କରିଥିବା ବେଳେ ନେପାଳ ୯ ୱିକେଟ ହରାଇ ମାତ୍ର ୧୬୫ ରନ୍ କରିବାକୁ ସକ୍ଷମ ହୋଇଥିଲା ।
ଭାରତୀୟ ଅଧିନାୟକ ଉଦୟ ସହାରଣ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଉଦୟ ଓ ସଚିନ ଧାସଙ୍କ ଶତକୀୟ ଇନିଂସ ବଳରେ ଭାରତ ଏକ ବଡ଼ ସ୍କୋର ଛିଡ଼ା କରିବାରେ ସକ୍ଷମ ହୋଇପାରିଥିଲା । ଏକଦା ୬୨ ରନରେ ୩ଟି ୱିକେଟ ହରାଇ ବଡ଼ ସଙ୍କଟରେ ପଡ଼ିଥିବା ଟିମ୍ ଇଣ୍ଡିଆ ପାଇଁ ଉଦୟ-ସଚିନଙ୍କ ଯୋଡ଼ି ସଙ୍କଟମୋଚକ ସାଜିଥିଳେ ।