ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆଜି ସଂଧ୍ୟାରେ
ମୁମ୍ବାଇ: ଆଜିଠୁ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି । ସଂଧ୍ୟାରେ ଖେଳିବ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ। ହାର୍ଦିକଙ୍କୁ ଭାରତର ପୂର୍ଣ୍ଣକାଳୀନ ଟ୍ବେଣ୍ଟି-୨୦ ଅଧିନାୟକ କରାଯିବା ଦିଗରେ ମଧ୍ୟ ଏହି ଶୃଙ୍ଖଳା ନିର୍ଣ୍ଣାୟକ ହେବ। ଈଶାନ କିଶନ, ଋତୁରାଜ ଗାଏକ୍ବାଡ ଭାରତୀୟ ଦଳର ପାଳି ଆରମ୍ଭ କରିବା ସୁଯୋଗ ପାଇବେ। ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଦୀପକ ହୁଡ଼ା ନିଶ୍ଚିତ ମଧ୍ୟକ୍ରମରେ ଭାରତର ଭାଗ୍ୟ ନିର୍ଣ୍ଣୟ କରିବେ। କିଶନ ଥିଲେ ମଧ୍ୟ ସଂଜୁ ସାମସନ୍ ୱିକେଟରକ୍ଷଣ ଦାୟିତ୍ବ ତୁଲାଇବେ।
A new year 🗓️
A new start 👍🏻
A new Vice-captain – @surya_14kumar – for the Sri Lanka T20I series 😎#TeamIndia had their first practice session here at Wankhede Stadium ahead of the T20I series opener in Mumbai 🏟️#INDvSL | @mastercardindia pic.twitter.com/qqUifdoDsp— BCCI (@BCCI) January 2, 2023