ଶ୍ରୀଲଙ୍କାକୁ ୬୭ ରନରେ ହରାଇଲା ଭାରତ

ଗୁଆହାଟୀ : ଶ୍ରୀଲଙ୍କାକୁ ୬୭ ରନରେ ହରାଇଲା ଭାରତ । ଗୁଆହାଟୀଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ ରନରେ ହରାଇ ଦେଇଛି ଭାରତ ।  ୩୭୪ ରନର ବିଶାଳ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ଦଳ ୮ ଓ୍ବିକେଟରେ ୩୦୬ରନ କରିପାରିଥିଲା । ଦାସୁନ ସନକାଙ୍କ ଲଢୁଆ ଶତକ ଫଳରେ ଶ୍ରୀଲଙ୍କା ଭାରତକୁ ଦୃଢ ଜବାବ ଦେଇଥିଲା । ସନକା ୧୦୮ ରନ କରି ଅପରାଜିତ ରହିଥିଲେ । ସେହିପରି ଓରପନର ପ୍ରଥୁମ ନିଶଙ୍କା ୭୨ ରନ ଓ ଧନଞ୍ଜୟ ଡିସିଲଭା ୪୭ ରନ କରିଥିଲେ । ଭାରତ ପକ୍ଷରୁ ଉମରାନ ମଲ୍ଲିକ ୩ଟି ଓ ମହମ୍ମଦ ସିରାଜ ୨ଟି ଓ୍ବିକେଟ ନେଇଥିଲେ । ଭାରତ ପକ୍ଷରୁ ରୋହିତ ଶର୍ମା ୮୩ ରନ, ଶୁଭମନ ଗିଲ ୭୦ ରନ କରିଥିବାବେଳେ କେଏଲ ରାହୁଲ ୩୯ ରନ ଓ ଶ୍ରେୟସ ଆୟର ୨୩ରନ କରିଥିଲେ । ବିରାଟ କୋହଲି ୧୧୩ ରନ କରି ଆଉଟ ହୋଇଥିଲେ ।