ରୋହିତଙ୍କ ଅଜବ ରଣନୀତି
ଟେଷ୍ଟର ଦ୍ବିତୀୟ ଦିନ ମଧ୍ୟାହ୍ନଭୋଜନ ପରେ ରୋହିତ ଶର୍ମାଙ୍କ ବୋଲିଂ ରଣନୀତିକୁ ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର୍ ତଥା ପ୍ରଶିକ୍ଷକ ରବି ଶାସ୍ତ୍ରୀ, ସଂଜୟ ମଞ୍ଜରେକର ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଭେର୍ଣ୍ଣନ ଫିଲାଣ୍ଡର। ଶାସ୍ତ୍ରୀଙ୍କ ଅନୁସାରେ, ମଧ୍ୟାହ୍ନବିରତି ସୁଦ୍ଧା ଦକ୍ଷିଣି ଆଫ୍ରିକା ୪୯/୧ରେ ଥିଲା। କିନ୍ତୁ ଏହା ପରବର୍ତ୍ତୀ ସେସନ୍ରେ ରୋହିତ ତାଙ୍କର ପ୍ରମୁଖ ଦୁଇ ବୋଲର ଯଶପ୍ରୀତ୍ ବୁମ୍ରା ଓ ମହମ୍ମଦ ସିରାଜଙ୍କୁ ବୋଲିଂ ଦେବା ଅପେକ୍ଷା ଶାର୍ଦ୍ଦୁଳ ଠାକୁର ଓ ପ୍ରସିଦ୍ଧ କୃଷ୍ଣଙ୍କୁ ବୋଲିଂରେ ନିୟୋଜିତ କରିଥିଲେ। ଯାହାଫଳରେ ଡିନ୍ ଏଲଗାର ପିଚ୍ରେ ସେଟ୍ ହୋଇଯାଇଥିଲେ। ଶାସ୍ତ୍ରୀ ଯେତେବେଳେ ପ୍ରଶିକ୍ଷକ ଥିଲେ, ସେ ଏହି ପ୍ରଣାଳୀ ଉପରେ ଅଧିକ ଧ୍ୟାନ ଦେଉଥିଲେ। କୌଣସି ସେସନ୍ ଆରମ୍ଭ ହେଲେ ପ୍ରଥମେ ଶୀର୍ଷ ବୋଲରଙ୍କଠୁ ଆରମ୍ଭ କରିବାକୁ ହୋଇଥାଏ।