ରାଜସ୍ଥାନ-ମୁମ୍ବଇ ମୁକାବିଲା ଆଜି
ରବିବାର ୪୨ତମ ମ୍ୟାଚ ୱାଙ୍ଖଡେ ଷ୍ଟାଡ଼ିୟମରେ ମୁମ୍ବଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ରାଜସ୍ଥାନ ଓ ମୁମ୍ବଇ ୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲର ୧୦୦୦ତମ ମ୍ୟାଚ ଖେଳିବେ। ରାଜସ୍ଥାନ ରୟାଲ୍ସ ୮ଟି ମ୍ୟାଚରୁ ୫ଟି ବିଜୟ ଓ ୩ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ମୁମ୍ବଇ ଇଣ୍ଡିଆନ୍ସ ୭ଟି ମ୍ୟାଚରୁ ୩ଟି ବିଜୟ ଓ ୪ଟି ପରାଜୟ ବରଣ କରିଛି।