ରାଜସ୍ଥାନର ଅଷ୍ଟମ ବିଜୟ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୨୦ ଓଭରରେ ୫ ଉଇକେଟ ହରାଇ ୧୯୬ ରନ୍ କରିଥିଲା। ଜବାବରେ ରାଜସ୍ଥାନ ୧୯ ଓଭରରେ ୩ ଉଇକେଟ ହରାଇ ୧୯୯ ରନ୍ କରି ବିଜୟୀ ହୋଇଥିଲା। ଏହା ସହ ୯ ମ୍ୟାଚରୁ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୧୧ ରନ୍ରେ ୨ ଉଇକେଟ ହରାଇଥିଲା। ତେବେ ଅଧିନାୟକ ଲୋକେଶ ରାହୁଲ(୭୬) ଓ ଦୀପକ ହୁଦା(୫୦) ଚମତ୍କାର ବ୍ୟାଟିଂ କରି ତୃତୀୟ ଉଇକେଟରେ ୧୧୫ ରନ୍ ଯୋଡିଥିଲେ। ରାହୁଲ ୪୮ ବଲ୍ ଖେଳି ୮ ଚୌକା ଓ ୨ ଛକା ମାରିଥିଲେ। ଦୀପକ ୩୧ ବଲ୍ ଖେଳି ୭ ଚୌକା ସହ ୫୦ ରନ୍ କରିଥିଲେ। ଶେଷ ଭାଗରେ ଆୟୁଷ ବଦୋନୀ ୧୮* ଓ କୃଣାଲ ପାଣ୍ଡ୍ୟା ୧୩* ରନ୍ କରିବାରୁ ଲକ୍ଷ୍ନୌ ୧୯୬ ରନରେ ପହଞ୍ଚିଥିଲା। ରାଜସ୍ଥାନ ପକ୍ଷରୁ ସନ୍ଦୀପ ଶର୍ମା୨, ଆଭେଶ ଖାନ, ରବିଚନ୍ଦ୍ରନ ଅଶ୍ୱିନ ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।