ବିଶ୍ୱକପ ୨୦୨୩ ପରେ ଭାରତୀୟ ଟିମର ପ୍ରଦର୍ଶନକୁ ରିଭ୍ୟୁ କରିବା ପରେ ବିସିସିଆଇ ଅଧିକାରୀ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ କଥାବାର୍ତ୍ତା ହୋଇଛି । ଏହି ବୈଠକରେ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡଙ୍କୁ ନେଇ ଆଲୋଚନା କରାଯାଇଥିଲା । ଏହା ପରେ ରୋହିତ ଶର୍ମା ବିସିସିଆଇ ଅଧିକାରୀଙ୍କୁ ଆଗାମୀ ଟି୨୦ ବିଶ୍ୱକପରେ ଖେଳିବାକୁ ନେଇ କହିଛନ୍ତି ।ଖବର ମୁତାବକ, ରୋହିତ ବୋର୍ଡ ମେମ୍ବର୍ସଙ୍କୁ କହିଛନ୍ତି, ଯଦି ଆପଣ ଟି-୨୦ ବିଶ୍ୱକପ ପାଇଁ ମୋତେ ଚୟନ କରିବାକୁ ଚାହୁଁଛନ୍ତି, ତେବେ ଆଜିଠାରୁ କହିଦିଅନ୍ତୁ । ବୈଠକରେ ଥିବା ସମସ୍ତ ଅଧିକାରୀ, ଚୟନକର୍ତ୍ତା ଏବଂ କୋଚ୍ ରାହୁଲ ଦ୍ରାବିଡ ଏକମତ ଭାବେ ରୋହିତଙ୍କୁ ଟି୨୦ ବିଶ୍ୱକପ ଦାୟିତ୍ୱ ଦେବାକୁ ଚାହୁଁଛନ୍ତି । ଚୟନକର୍ତ୍ତା ଟିମ୍ ରୋହିତ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ ଦାୟିତ୍ୱ ନିଅନ୍ତୁ ବୋଲି ଚାହୁଁଥିଲେ । ରୋହିତ କିଛିଦିନ ପାଇଁ ବ୍ରେକ ମାଗିଛନ୍ତି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post