ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଭାରତ ଶେଷ ମ୍ୟାଚ୍ ବୁଧବାର ଖେଳିବାକୁ ଯାଉଛି। ଆଫଗାନିସ୍ତାନ ବିପକ୍ଷରେ ଶୃଙ୍ଖଳା ଜିତି ସାରିଥିଲେ ମଧ୍ୟ ବେଙ୍ଗାଲୁରୁରେ ଶେଷ ମ୍ୟାଚ୍ ଜିତି ଭାରତ ମୂଳପୋଛ ଲକ୍ଷ୍ୟରେ ରହିବ। ଏଥିସହିତ କିଛି ପରୀକ୍ଷାମୂଳକ ନିଷ୍ପତ୍ତି ମଧ୍ୟ ଏହି ମ୍ୟାଚ୍ରେ ଦେଖିବାକୁ ମିଳିପାରେ। ବିଶ୍ବକପ୍କୁ ଆହୁରି ୫ ମାସ ସମୟ ଅଛି। କିନ୍ତୁ ଏହି ମ୍ୟାଚ୍ ପରେ ଆଇପିଏଲ୍ ଖେଳାଯିବାକୁ ଥିବାରୁ ବିଶ୍ବକପ୍ ଦଳରେ ସ୍ଥାନ ପାଇବାକୁ ହେଲେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଅଧିକ ଗୁରୁତ୍ବ ବହନ କରୁଛି। ଶେଷ ମ୍ୟାଚ୍ରେ ସଞ୍ଜୁ ସାମସନ୍, କୁଲଦୀପ ଯାଦବ ଓ ଆୱେସ ଖାନ୍ଙ୍କ ମଧ୍ୟରୁ ଜଣଙ୍କୁ ରୋହିତ ଖେଳାଇ ପାରନ୍ତି। ଗତ ମ୍ୟାଚ୍ରେ ୨୦୦ ଟ୍ବେଣ୍ଟି-୨୦ ୱିକେଟ୍ ନେଇଥିବା ଅକ୍ଷର ପଟେଲ ଏହି ମ୍ୟାଚ୍ରେ ପୂର୍ବ ପ୍ରଦର୍ଶନ ଜାରି ରଖିବାକୁ ଚାହିବେ। ତାଙ୍କର ଅଲ୍ରାଉଣ୍ଡର ଭୂମିକା ଭାରତୀୟ ଦଳକୁ ସବୁବେଳେ ଫାଇଦା ଦେଉଛି। ତାଙ୍କୁ ଅନ୍ୟ ପଟରୁ ଯୁବ ବୋଲର ରବି ବିଷ୍ଣୋଇ ସହାୟତା ଦେଉଥିଲା ବେଳେ ପ୍ରତିପକ୍ଷଙ୍କୁ ଅସୁବିଧାରେ ପକାଇବାରେ ସେ ପାରଙ୍ଗମ ହେଲେଣି। ଏହାସତ୍ତ୍ବେ ବୁଧବାର ବିଷ୍ଣୋଇ କିମ୍ବା ୱାସିଂଟନ୍ ସୁନ୍ଦରଙ୍କୁ ବିଶ୍ରାମ ଦିଆଯିବା ସମ୍ଭାବନା ରହିଥିଲା ବେଳେ କୁଲଦୀପ ଯାଦବଙ୍କୁ ସାମିଲ କରାଯାଇପାରେ। ସେହିପରି ମୁକେଶ କୁମାରଙ୍କ ସ୍ଥାନରେ ଆୱେସ ଖାନ୍ଙ୍କୁ ସୁଯୋଗ ମିଳିପାରେ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post