ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ବଡ଼ ଝଟକା
ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପୁଣି ଚର୍ଚ୍ଚାରେ । ନିକଟରେ ଆଇପିଏଲ ୨୦୧୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିଲେ ଆଉ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂତ୍ର ମୁତାବକ, ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଆଇପିଏଲ ୨୦୨୪ ସିଜିନରେ ଖେଳି ନ ପାରନ୍ତି । ଯଦି ଆଗାମୀ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟା ନ ଖେଳନ୍ତି, ତେବେ ମୁମ୍ବାଇ ଇଣ୍ଡିଆନ୍ସକୁ ବଡ ଝଟକା ଲାଗିପାରେ ।ଖବର ମୁତାବକ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ଜନିତ ସମସ୍ୟା ଠିକ୍ ହୋଇନାହିଁ । ଆଇପିଏଲରୁ ହାର୍ଦ୍ଦିକ ବାଦ୍ ପଡିଲେ ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ଝଟକା ଲାଗିପାରେ ।