Sports ମୁମ୍ବାଇଠାରୁ ଲକ୍ଷ୍ନୌ ୮୧ ରନ୍ରେ ପରାସ୍ତ ହୋଇ ବିଦାୟ ନେଲା Last updated May 25, 2023 ଚେନ୍ନାଇ: ମୁମ୍ବାଇଠାରୁ ପରାସ୍ତ ହେଲା ଲକ୍ଷ୍ନୌ । ୮୧ ରନ୍ରେ ପରାସ୍ତ ହୋଇ ବିଦାୟ ନେଲା ଲକ୍ଷ୍ନୈା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍ର ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ୧୬.୩ ଓଭର ସୁଦ୍ଧା ୧୦୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ମୁମ୍ବାଇର ଯୁବ ଦ୍ରୁତ ବୋଲର ଆକାଶ ମାଧୱାଲ୍ଙ୍କ ୫ ୱିକେଟ୍ ସଫଳତା ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ଷଷ୍ଠ ଆଇପିଏଲ୍ ଟ୍ରଫି ନିକଟତର ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟ୍ ବିନିମୟରେ ୧୮୨ ରନ୍ ସଂଗ୍ରହ କରିଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ୮୧ ରନ୍ରେ ପରାସ୍ତ କରି କ୍ବାଲିଫାୟର-୨ରେ ପ୍ରବେଶ କରିଛି। ଲକ୍ଷ୍ନୈାର ମାର୍କସ ଷ୍ଟୋଇନିସ୍ ୪୦ ରନ୍ କରିଥିବା ବେଳେ ଲକ୍ଷ୍ନୌର କୈାଣସି ବ୍ୟାଟର ତିଷ୍ଟି ପାରିନଥିଲେ । Share