ଭାରତ ୧୦ ୱିକେଟ୍‌ରେ ପରାସ୍ତ

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ ଭାରତ ୨୬ ଓଭରରେ ୧୧୭ ରନ୍‌ କରି ସମସ୍ତ ୱିକେଟ୍ ହରାଇଦେବା ପରେ ଅଷ୍ଟ୍ରେଲିଆ ମାତ୍ର ୧୧ ଓଭରରେ କୌଣସି ୱିକେଟ୍‌ ନ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଷ୍ଟାର୍କ ଏକା ୫ ୱିକେଟ୍ ନେଇ ଭାରତର ମେରୁଦଣ୍ଡକୁ ଭାଙ୍ଗିଦେବା ପରେ ମାର୍ସ ୩୬ ବଲ୍‌ରୁ ୬୬ ରନ୍‌ କରି ବିଜୟ ମୁଣ୍ଡି ମାରିଥିଲେ। ମାର୍ସଙ୍କ ପ୍ରାରମ୍ଭିକ ବ୍ୟାଟିଂ ପାର୍ଟନର୍‌ ଟ୍ରାଭିସ୍‌ ହେଡ୍‌ ୩୦ ବଲ୍‌ରୁ ୫୧ ରନ୍ କରିବା ସହ ଉଭୟ ପ୍ରଥମ ୱିକେଟ୍ ପାଇଁ ୧୧ ଓଭରରେ ୧୨୧ ରନ୍ ସଂଗ୍ରହ କରି ଥିଲେ। ଭାରତ ପାଳି ବେଳେ ବିରାଟ କୋହଲି ସର୍ବାଧିକ ବ୍ୟକ୍ତିଗତ ୩୧ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ୍‌ ୨୯ ବଲ୍‌ରୁ ୨୯ ରନ୍‌ କରିଥିଲେ। ଦିନିକିଆ କ୍ରି‌କେଟ୍ ଇତିହାସରେ ଭାରତ ରବିବାର ଏକ ଆଲୋଡ଼ା କୀର୍ତ୍ତିମାନ କରିଛି। ଭାରତ ୧୧୭ ରନ୍‌ରେ ଅଲ୍‌ଆଉଟ୍ ହେବା ଘରୋଇ ମାଟିରେ ଚତୁର୍ଥ ସର୍ବନିମ୍ନ। ଭାରତର ସର୍ବନିମ୍ନ ଘରୋଇ ଦିନିକିଆ ସ୍କୋର୍‌ ହେଉଛି ୭୮ ବନାମ ଶ୍ରୀଲଙ୍କା, କାନପୁର, ୧୯୮୬।