ପ୍ରଥମ ଥର ପାଇଁ ଦେଶରେ ଆୟୋଜିତ ମୋଟୋ ଜିପି ରେସ ମଧ୍ୟ ସିଧା ପ୍ରସାରଣ ହେବ। ସ୍ପୋର୍ଟସ ୧୮ ଚ୍ୟାନେଲରେ ଟିଭିରେ ପ୍ରଶଂସକମାନେ ଏହି ରେସିଂକୁ ଉପଭୋଗ କରିପାରିବେ। ଏହି ରେସିଂ ଚାମ୍ପିଅନଶିପ ୨୨ ରୁ ୨୪ ସେପ୍ଟେମ୍ବର ମଧ୍ୟରେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବୁଦ୍ଧ ଇଣ୍ଟରନ୍ୟାଶନାଲ ସର୍କିଟରେ ଆୟୋଜିତ ହେବ। ଏହି ଦୌଡ଼ରେ ଭାଗ ନେବାକୁ ଦୁନିଆର ଅନେକ ମହାନ ବାଇକ ରେସର୍ ଭାରତରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଦେଶରେ ଫର୍ମୁଲା ୱାନ ରେସ ଆୟୋଜିତ ହୋଇ ସାରିଛି। ତିନି ଦିନ ଧରି ଇଣ୍ଡିଆ ଗ୍ରାଣ୍ଡ ପ୍ରିକ୍ସର ଆୟୋଜନ କରାଯିବ। ବୁଦ୍ଧ ଇଣ୍ଟରନ୍ୟାଶନାଲ ସର୍କିଟରେ ଥିବା ୫.୧୪ କିଲୋମିଟର ଟ୍ରାକକୁ ବିଶ୍ୱ ପ୍ରସିଦ୍ଧ ରେସିଂ ଟ୍ରାକ ମଧ୍ୟରେ ଗଣାଯାଏ। ମୋଟୋ ଜିପି ରେସର ଲାଇଭ ଟେଲିକାଷ୍ଟ ମଧ୍ୟ କରାଯିବ । ଏହାସହିତ ଟିକେଟ କ୍ରୟ କରି ଏହି ବାଇକ ରେସ ଉପଭୋଗ କରିହେବ। ଏହି ରେସିଂରେ ୧୯ ଟି ଦେଶର ରେସର୍ ଅଂଶଗ୍ରହଣ କରୁଛନ୍ତି । ଏହାକୁ ଆୟୋଜନ କରୁଥିବା ଭାରତ ୩୧ ତମ ଦେଶ ପାଲଟିଛି।ସର୍କିଟରୁ ମୋଟୋ ଜିପି ରେସ ଦେଖିବାକୁ, ବୁକ ମାଇ ଶୋ’ରୁ ଏହାର ଟିକେଟ କିଣି ହେବ। ତିନି ଦିନ ଧରି ଚାଲିଥିବା ଏହି ରେସ ପାଇଁ ପ୍ରତ୍ୟେକ ଦିନ ଟିକେଟ କିଣିବାକୁ ପଡିବ। ଏହାର ଟିକେଟ ଦାମ ୮୦୦ରୁ ଆରମ୍ଭ ହୋଇ ସର୍ବାଧିକ ଟିକେଟ ମୂଲ୍ୟ ୧୮୦,୦୦୦ ଟଙ୍କା ରହିଛି।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Next Post